ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବାରୁ ନବୀନଙ୍କୁ ଶୁଭେଚ୍ଛା ଜଣାଇଲା ବିଜେଡି

Advertisment
ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିବାରୁ ନବୀନଙ୍କୁ ଶୁଭେଚ୍ଛା ଜଣାଇଲା ବିଜେଡି

ଭୁବନେଶ୍ବର: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି । ଗତକାଲି ନବୀନ ପଟ୍ଟନାୟକ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲି ଏବିପି ସର୍ଭେରେ ଘୋଷଣା କରିବା ପରେ ଆଜି ବିଜେଡି ନେତା ଓ କର୍ମୀ ବିଜେଡି ମୁଖିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

publive-image

ଦଳୀୟ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ନେତା, କର୍ମୀ ବାହାରି  ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟିବା ପରେ ବିଜେଡି ନେତା କହିଛନ୍ତି, ଗତ ୨୦ ବର୍ଷ ଭିତରେ ଲୋକଙ୍କ  ଯାହା ବି ସମସ୍ୟା ଅଛି ତାକୁ ଦୂର କରିବା ସହ ରାଜ୍ୟବାସୀଙ୍କ ଦାୟିତ୍ୱକୁ ମୁଖ୍ୟମନ୍ତ୍ରୀ ସୁଚାରୁ ରୂପେ ତୁଲାଇଛନ୍ତି । ସେଥି ପାଇଁ ଓଡ଼ିଶାର ବିକାଶ ସମ୍ଭବ ହୋଇଛି ବୋଲି କହିଛନ୍ତି ବିଜେଡି ନେତୃବୃନ୍ଦ।

ଏହି ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ଦଳର କାର୍ଯ୍ୟାଳୟରୁ ଏକ ବିଶାଳ ପଦଯାତ୍ରା କରି ଏକ ହଜାରରୁ ଅଧିକ ଯୁବକର୍ମୀ ନବୀନ ନିବାସରେ ପହଞ୍ଚି
ଯୁବକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe