ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଦିନରେ ରେଳ ଭିତ୍ତିଭୂମିର ଆହୁରି ବିକାଶ ହେବ। ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ନିର୍ମାଣାଧୀନ କାର୍ଯ୍ୟ ଜାରି ରହିଛି। ଡବଲ ଇଞ୍ଜିନ ସରକାର ଏଦିଗରେ କାମ କରୁଛନ୍ତି। କେନ୍ଦ୍ର ସରକାର ନିକଟରେ ଓଡ଼ିଶାରେ ରେଳ ବିକାଶ ପାଇଁ ୭୩,୭୨୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ରାଶି ମଧ୍ୟରେ ରାଜ୍ୟରେ ପ୍ରସ୍ତାବିତ ରେଳପ୍ରକଳ୍ପର ଉନ୍ନୟନମୂଳକ କାର୍ଯ୍ୟ କରାଯିବ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ଏହି ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ରାଷ୍ଟ୍ରପତିଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆରମ୍ଭ
ରେଳ ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶାକୁ ୭୩,୭୨୩ କୋଟି ଟଙ୍କା ମଂଜୁରି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୃତଜ୍ଞତା ଜଣାଇଛନ୍ତି। ସୋଶାଲ ମିଡ଼ିଆ ‘ଏକ୍ସ’ରେ କୃତଜ୍ଞତା ଜଣାଇବା ସହ କେଉଁକେଉଁ ପ୍ରକଳ୍ପ ପାଇଁ ଏହି ଅନୁଦାନ ମିଳିଛି, ସେନେଇ ବିସ୍ତୃତ ସୂଚନା ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଭାରତକୁ ଉପହାର ଦେଲେ ବାଇଡେନ
ଓଡ଼ିଶାରେ ପ୍ରସ୍ତାବିତ ରାୟଗଡା ରେଳ ମଣ୍ଡଳକୁ ମଞ୍ଜୁର ମିଳିଛି। ରେଳ ମଣ୍ଡଳ କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ପୂର୍ବତଟ ରେଳପଥ ମଧ୍ୟରେ ପୂର୍ବପରି ତିନିଟି ରେଳ ମଣ୍ଡଳ ରହିବ। ଅମୃତ ଷ୍ଟେସନ ଯୋଜନାରେ ରାଜ୍ୟର ୫୯ଟି ଷ୍ଟେସନକୁ ପୁନର୍ବିକାଶ କରାଯାଉଛି। ମୋଦୀ ୩.୦ ସମୟରେ ୧୯,୨୮୯ କୋଟି ଟଙ୍କା ବ୍ୟୟ ଅଟକଳରେ ୮ଟି ନୂତନ ରେଳ ପ୍ରକଳ୍ପକୁ କ୍ୟାବିନେଟ ଅନୁମୋଦନ କରାଯାଇଛି ବୋଲି ରେଳ ମନ୍ତ୍ରୀ ଶ୍ରୀ ବୈଷ୍ଣବ ‘ଏକ୍ସ’ରେ ଲେଖିଛନ୍ତି।
ଏହି ଖବର ପଢ଼ନ୍ତୁ: ଝାରସୁଗୁଡ଼ା ମ୍ୟୁନିସିପାଲଟିରେ ଭିଜିଲାନ୍ସ ଟିମ୍
କେନ୍ଦ୍ର କ୍ୟାବିନେଟରେ ଗୁଣୁପୁର-ଥେରୁବାଲି ନୂତନ ରେଳଲାଇନ, ଜୁନାଗଡ଼ ରୋଡ୍-ନବରଙ୍ଗପୁର ନୂତନ ରେଳଲାଇନ, ମାଲକାନଗିରି-ପଣ୍ଡୁରଙ୍ଗାପୁରମ ଭାୟା ଭଦ୍ରାଚଳମ ନୂତନ ରେଳଲାଇନ, ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳଲାଇନ, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ନୂତନ ରେଳଲାଇନ, ବୁଡ଼ାମରା-ଚାକୁଳିଆ ନୂତନ ରେଳଲାଇନ, ସରଡ଼େଗା-ଭାଲୁମୁଡା ନୂତନ ଦୋହରୀକରଣ ରେଳଲାଇନ ଓ ବରଗଡ଼ ରୋଡ଼-ନୂଆପଡା ରୋଡ଼ ନୂତନରେଳ ଲାଇନ୍କୁ କ୍ୟାବିନେଟ୍ରେ ମଞ୍ଜୁରି ମିଳିଛି।
ଏହି ଖବର ପଢ଼ନ୍ତୁ: ବିଧାୟକଙ୍କର ଦରମା ଏବଂ ପେନସନ ବୃଦ୍ଧି ଦାବି
ଶ୍ରୀ ବୈଷ୍ଣବ କହିଛନ୍ତି, ଓଡ଼ିଶାକୁ ମିଳିଥିବା ରେଳ ଅନୁଦାନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସମେତ ରାଜ୍ୟର ଅନ୍ୟ ସାଂସଦମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇଛି।