ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା : କରୋନା ସଂକଟ ସମୟରେ ଓଡ଼ିଶାକୁ ମିଳିଛି ୭୭ଲକ୍ଷ ଗ୍ୟାସ ସିଲିଣ୍ଡର

ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସୂଚନା : କରୋନା ସଂକଟ ସମୟରେ ଓଡ଼ିଶାକୁ ମିଳିଛି ୭୭ଲକ୍ଷ ଗ୍ୟାସ ସିଲିଣ୍ଡର

The Kashmir Press

ନୂଆଦିଲ୍ଲୀ : ୨୦୧୬ ଏପ୍ରିଲ ୧ରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗରିବ ପରିବାରର ମହିଳାମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଥିଲା । ୨୦୧୯ ସେପ୍ଟେମ୍ବର ୭ରେ ଏହି ଲକ୍ଷ୍ୟ ପୂରଣ ହୋଇଥିଲା। ଏହା ସତ୍ତ୍ୱେ କରୋନା ମହାମାରୀ ସଂକଟ ସମୟରେ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ୱତନ୍ତ୍ରଭାବେ ଗରିବ ପରିବାରର ମହିଳାମାନଙ୍କୁ ଏହି ଯୋଜନାରେ ଗ୍ୟାସ୍‌ ଯୋଗାଇ ଦିଆଯାଇଛି । ଆଜି ରାଜ୍ୟସଭାରେ ଏ ସଂପର୍କରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଓଡ଼ିଶାକୁ ୭୭ ଲକ୍ଷ ୨୬ ହଜାର ୩୮୭ଟି ସିଲିଣ୍ଡର ଯୋଗାଇ ଦିଆଯାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସୂଚନାରୁ ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ୨୦୧୬-୧୭ ବର୍ଷରେ ୨୦୦.୩ ଲକ୍ଷ, ୨୦୧୭-୧୮ ବର୍ଷରେ ୧୫୫.୭ ଲକ୍ଷ, ୨୦୧୮-୧୯ରେ ୩୬୨.୨ ଲକ୍ଷ ଓ ୨୦୧୯-୨୦ରେ ୮୨.୬୪ ଲକ୍ଷ ଗରିବ ମହିଳାଙ୍କୁ ଏହି ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି। ଶ୍ରୀ ମହେଶ ପୋଦ୍ଦାରଙ୍କ ଦ୍ୱାରା ପଚରା ଯାଇଥିବା ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ କୋଭିଡ୍‌ ମହାମାରୀ ସମୟରେ କେତେ ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ସିଲିଣ୍ଡର ଯୋଗାଇ ଦିଆଯାଇଛି ତାହାର ମଧ୍ୟ ଉତ୍ତର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେ କହିଛନ୍ତି ଯେ, ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗ୍ୟାସ ସିଲିଣ୍ଡର (ରିଫିଲ୍‌) ବାବଦରେ ହିତାଧିକାରୀମାନଙ୍କୁ ଅଗ୍ରୀମ ଆକାରରେ ମୋଟ ୧୩,୦୬,୮୭,୮୦୭ ସିଲିଣ୍ଡର ପ୍ରଦାନ କରାଯାଇଛି। ସେହିଭଳି ଏହି ସମୟ ମଧ୍ୟରେ ମାଗଣା ସିଲିଣ୍ଡର ଯୋଗାଣ ବାବଦରେ ଉଦ୍ୟୋଗଗୁଡିକ ଦ୍ୱାରା ମୋଟ ୯୬୭୦.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe