representetional immage - The Indian Express The Indian Express
ନୂଆଦିଲ୍ଲୀ: ପିଏମ୍ ସ୍କୁଲ୍ସ ଫର୍ ରାଇଜିଂ ଇଣ୍ଡିଆ (ପିଏମ୍ଶ୍ରୀ) ଯୋଜନା ପାଇଁ ଓଡ଼ିଶା ସମେତ ବିହାର, ତାମିଲନାଡ଼ୁ, ପଶ୍ଚିମବଙ୍ଗ, କେରଳ, ଝାଡ଼ଖଣ୍ଡ ଓ ଦିଲ୍ଲୀ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହିତ ବୁଝାମଣପତ୍ର (ଏମ୍ଓୟୁ) ସ୍ବାକ୍ଷର କରିନାହାନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି।
ଅଧିକାରୀଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ପାଇଁ ୨୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ସହିତ ଏମ୍ଓୟୁ ସ୍ବାକ୍ଷର କରିଛନ୍ତି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପରୋକ୍ତ ସାତଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ପତ୍ରଲେଖି ଏହି ଯୋଜନା ସହ ଯୋଡ଼ିହେବା ପାଇଁ ଅନୁରୋଧ କରିଛନ୍ତି। ପିଏମ୍ଶ୍ରୀ ଯୋଜନାରେ ଖୁବ୍ ଶୀଘ୍ର ୯୦୦ ସ୍କୁଲକୁ ମଂଜୁରୀ ମିଳିବା ସମ୍ଭାବନା ରହିଛି। ଆଗାମୀ ନୂତନ ଶିକ୍ଷା ବର୍ଷରେ ପିଏମ୍ଶ୍ରୀ ସ୍କୁଲ ଆରମ୍ଭ ହେବ।
Follow Us