ଭାରତ ଗୌରବ ଟ୍ରେନ୍‌ ପାଇଁ ଓଡ଼ିଶା ଆଗ୍ରହୀ

Advertisment
ଗଡ଼ିବ ଭାରତ ଗୌରବ ଟ୍ରେନ

AajTak

ନୂଆଦିଲ୍ଲୀ : ଦେଶର ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ‘ଭାରତ ଗୌରବ ଟ୍ରେନ୍’ ଚଳାଚଳ କରିବ। ଏହି ସବୁ ଟ୍ରେନ୍‌ ଚଳାଇବା ପାଇଁ ଘରୋଇ ସଂସ୍ଥାମାନଙ୍କ ସହ ଆଇଆର୍‌ସିଟିସି ଓ କିଛି ରାଜ୍ୟ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ସବୁ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସହ ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡ଼ୁ ଆଦି ରହିଛନ୍ତି।

ବିଶେଷତ୍ବ ହେଲା, ଏହି ସବୁ ଟ୍ରେନ୍‌ର ଯାତ୍ରୀ ଭଡ଼ା ଘରୋଇ ସଂସ୍ଥାମାନେ ଧାର୍ଯ୍ୟ କରିବେ। ନିୟମିତ ଟ୍ରେନ୍‌ ଭଳି ଏହା ‘ସମୟ ନିର୍ଘଣ୍ଟ’ରେ ଚାଲିବ ନାହିଁ। ଅପରେଟର୍‌ ଏବଂ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଏହା ଚାଲିବ। ଏଥି ପାଇଁ ସାରା ଭାରତରେ ୧୯୦ଟି ଟ୍ରେନରେ ୩ ହଜାର ୩୩ କୋଚ୍‌ ଲାଗିବ। ଟ୍ରେନଗୁଡ଼ିକରେ ହୋଟେଲ, ଟ୍ୟାକ୍ସି, ଖାଦ୍ୟପେୟ, ଇଣ୍ଟରନେଟ୍‌ ଓ ମନୋରଞ୍ଜନ ଭଳି ସୁବିଧା ରହିବ। ରେଲୱେ କେବଳ ଏସବୁ ଟ୍ରେନ୍‌ର ରକ୍ଷଣାବେକ୍ଷଣ, ପାର୍କିଂ ଏବଂ ଅନ୍ୟ ସୁବିଧା ପାଇଁ ସହଯୋଗ କରିବ। ପର୍ଯ୍ୟଟନ ଟ୍ରେନ୍‌ ଚଳାଚଳ ପାଇଁ ଓଡ଼ିଶା ପୂର୍ବରୁ ଦାବି କରି ଆସୁଥିଲା। ଭାରତ ଗୌରବ ଟ୍ରେନ ଏ ଦିଗରେ ଓଡ଼ିଶାର ସାଂସ୍କୃତିକ ଓ ଏୗତିହ୍ୟର ପ୍ରଚାରପ୍ରସାର ଦିଗରେ ବିଶେଷ ସହାୟକ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe