ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ସ୍ବତ୍ବ ଦେବାରେ ଓଡିଶା ପ୍ରଥମ

Advertisment
ସଭ୍ୟତାର ଅନାଚାର

New Indian Express

ନୂଆଦିଲ୍ଲୀ : ଅଗଷ୍ଟ ୩୧, ୨୦୨୦ ସୁଦ୍ଧା ଓଡିଶାରେ ଆଦିବାସୀମାନଙ୍କୁ ୪,୪୬,୦୧୩ ଜଙ୍ଗଲ ଅଧିକାର ସ୍ବତ୍ବ ଦିଆଯାଇଛି, ଯାହା ଦେଶରେ ସର୍ବାଧିକ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ବାରା ପ୍ରକାଶିତ ସଦ୍ୟତମ ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ଏହା ଉଲ୍ଲେଖ କରାଯାଇଛି।

ପ୍ରଦତ୍ତ ସମୁଦାୟ ୪,୪୬,୦୧୩ ଜଙ୍ଗଲ ଅଧିକାର ସ୍ବତ୍ବରୁ ୪,୩୯,୪୩୬ ଆଦିବାସୀଙ୍କୁ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବତ୍ବ ମିଳିଛି। ଓଡିଶ‌ାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ସ୍ବତ୍ବ ପାଇଁ ୬,୨୧,୭୩୨ ଜଣ ଦାବିଦାର ଥିଲେ। ସେହିଭଳି ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ୧୫,୦୭୩ ଦାବିଦାର ଥିବାବେଳେ ସେମାନଙ୍କ ମଧ୍ୟରୁ ୬,୫୭୭ ଆଦିବାସୀଙ୍କୁ ମାଲିକାନା ସ୍ବତ୍ବ ପ୍ରଦାନ କରଯାଇଛି। ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ସ୍ବତ୍ବ ପାଇଁ ମୋଟ ୧,୪୭,୬୯୮ ଦାବି ଖାରଜ ହୋଇଯାଇଛି। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ରିପୋର୍ଟରେ ଓଡିଶା ସମେତ ଦେଶର ୨୦ଟି ରାଜ୍ୟରେ ଅଗଷ୍ଟ ୩୧, ୨୦୨୦ ପର୍ଯ୍ୟନ୍ତ ଆଦିବାସୀଙ୍କୁ ସମୁଦାୟ ୧୯,୮୫,୯୧୧ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ମାଲିକାନା ସ୍ବତ୍ବ ମିଳିଥିବା ଦର୍ଶାଯାଇଛି। ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ସ୍ବତ୍ବ ପ୍ରଦାନ କରିବାରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବ‌ାବେଳେ ଛତିଶଗଡ ଦ୍ବିତୀୟ ସ୍ଥାନରେ ରହିଛି। ଛତିଶଗଡରେ ଦିଆଯାଇଥିବା ମାଲିକାନା ସ୍ବତ୍ବ ସଂଖ୍ୟା ହେଉଛି ୪,୨୩,୨୧୮। ହେଲେ ସେଠାରେ ଦାବି ଖାରଜ ସଂଖ୍ୟା ୪,୬୧,୫୯୦, ଯାହା ଦେଶରେ ସର୍ବାଧିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe