ରାଜ୍ୟସଭାରେ ଓଡ଼ିଶା ପ୍ରସଂଗ : ‘ବିଜୁବାବୁଙ୍କୁ ଭାରତ ରତ୍ନ ମିଳୁ’

Advertisment
ରାଜ୍ୟସଭାରେ ଓଡ଼ିଶା ପ୍ରସଂଗ : ‘ବିଜୁବାବୁଙ୍କୁ ଭାରତ ରତ୍ନ ମିଳୁ’

ନୂଆଦିଲ୍ଲୀ : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରାଯାଉ। ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ମୁଜିବୁଲ୍ଲା ଖାନ୍‌ ଏହି ଦାବି ଉଠାଇଛନ୍ତି।

ଏପର୍ଯ୍ୟନ୍ତ ‘ଭାରତ ରତ୍ନ’ ମିଳିନଥିବାରୁ ସାଂସଦ ମୁଜିବୁଲ୍ଲା କ୍ଷୋଭ ପ୍ରକାଶ କରିବା ସହିତ ବିଜୁ ପଟ୍ଟନାୟକଙ୍କ ମହାନତା ତଥା ବୀରତ୍ବର ସେ ତିନୋଟି ଦୃଷ୍ଟାନ୍ତ ଦେଇଥିଲେ। ସେ କହିଥିଲେ ଯେ, କଶ୍ମୀରରେ ପାକିସ୍ତାନ ଆକ୍ରମଣ ସମୟରେ ପଞ୍ଜାବ ରେଜିମେଣ୍ଟକୁ ଉଡ଼ାଜାହାଜରେ ନେଇଥିଲେ। ଯେଉଁଥିପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ କଶ୍ମୀରକୁ ଅକ୍ତିଆର କରିବା ପାଇଁ ସକ୍ଷମ ହୋଇନଥିଲା। ବର୍ତ୍ତମାନ ଦେଶର ପ୍ରଧାନମନ୍ତ୍ରୀ ‘ଆତ୍ମନିର୍ଭର ଭାରତ’ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ମାତ୍ର, ୬୦ ବର୍ଷ ପୂର୍ବେ ବିଜୁବାବୁ ଆତ୍ମନିର୍ଭର ସ୍ବପ୍ନ ଦେଖି ସୁନାବେଡ଼ାରେ ହିନ୍ଦୁସ୍ଥାନ ଏରାନୋଟିକ୍ସ ଲିମିଟେଡ (ଏଚ୍ଏଏଲ୍)ସ୍ଥାପନ କରିଥିଲେ। ତୃତୀୟରେ, ସେ ତିନୋଟି ଦେଶ ଯଥା ରୁଷିଆ , ଇଣ୍ଡୋନେସିଆ ଓ ଭାରତର ସ୍ବାଧୀନତା ସଂଗ୍ରାମରେ ଭାଗନେବା ସହିତ ଲଢେଇରେ ସାମିଲ ହୋଇ ସ୍ବତନ୍ତ୍ର ଉଦାହରଣ ସୃଷ୍ଟି କରିଥିଲେ। ତେଣୁ ଏହିଭଳି ଜଣେ ଜନନାୟକଙ୍କୁ ‘ଭାରତରତ୍ନ’ ପ୍ରଦାନ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଥିଲେ ସାଂସଦ ମୁଜିବୁଲ୍ଲା। ଏହି ଦାବି ପ୍ରତି ସମର୍ଥନ ଜଣାଇବାକୁ ସେ ସମସ୍ତ ରାଜ୍ୟସଭା ସଦସ୍ୟଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe