Amar Ujala
ନୂଆଦିଲ୍ଲୀ : ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ଓଡ଼ିଶା ସାମିଲ ହୋଇଛି। ଏହି ଯୋଜନାରେ ଓଡ଼ିଶା ପ୍ରଥମେ ସାମିଲ ହୋଇନଥିଲା। ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଚାରବିମର୍ଶ କରାଯିବା ପରେ ଏହି ଯୋଜନାରେ ଓଡ଼ିଶା ସାମିଲ ହୋଇଥିଲା। ଆଜି ଲୋକସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ।
ପୋଷଣ ଅଭିଯାନ ପ୍ରସଙ୍ଗରେ ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ପୋଷଣ ଅଭିଯାନ ପ୍ରଗତି ସମ୍ପର୍କରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ଓଡ଼ିଶା ସମେତ ୧୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ, ନୀତି ଆୟୋଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ନିୟମିତ ସମୀକ୍ଷା କରାଯାଉଛି। ଦେଶର ସମସ୍ତ ଜିଲ୍ଲାମାନଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି। ପୋଷଣ ଅଭିଯାନ ଦ୍ବାରା ୦-୬ ବର୍ଷର ଶିଶୁ, କିଶୋରୀ, ମହିଳା ତଥା ସ୍ଥନପାନ୍ୟ କରାଉଥିବା ମା’ ମାନଙ୍କର ପୋଷଣାତ୍ମକ ସ୍ଥିତି ସୁଦ୍ଧାର କରିବାର ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଉତ୍ତରରେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶରେ କୁପୋଷଣ ସମସ୍ୟାକୁ ଦୂର କରିବା ପାଇଁ ସେପ୍ଟେମ୍ବର୧୮ , ୨୦୧୭ରୁ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୨୦୨୨ ପର୍ଯ୍ୟନ୍ତ ୦-୬ ବର୍ଷର ଆୟୁର ଅଳ୍ପ ଉଚ୍ଚତା ଶିଶୁର ୩୮.୪ ପ୍ରତିଶତ ହାରକୁ ୨୫ ପ୍ରତିଶତକୁ ହ୍ରାସ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
Follow Us