ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ-୨୦୨୫ ରୢାଙ୍କିଙ୍ଗରେ ଓଡ଼ିଶା ଅଷ୍ଟମ

Advertisment

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେସି)-୨୦୨୫ ର ସାମଗ୍ରିକ ରୢାଙ୍କିଂରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ୨୦୨୨ ରିପୋର୍ଟ ତୁଳନାରେ ଓଡ଼ିଶାର ରୢାଙ୍କିଂରେ ଉନ୍ନତି ହୋଇଛି। ୨୦୨୨ରେ ଓଡ଼ିଶାର ସାମଗ୍ରିକ ରୢାଙ୍କ ୧୧ ଥିଲା।

ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେସି)-୨୦୨୫ ର ସାମଗ୍ରିକ ରୢାଙ୍କିଂରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ୨୦୨୨ ରିପୋର୍ଟ ତୁଳନାରେ ଓଡ଼ିଶାର ରୢାଙ୍କିଂରେ ଉନ୍ନତି ହୋଇଛି। ୨୦୨୨ରେ ଓଡ଼ିଶାର ସାମଗ୍ରିକ ରୢାଙ୍କ ୧୧ ଥିଲା।

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେସି)-୨୦୨୫ ର ସାମଗ୍ରିକ ରୢାଙ୍କିଂରେ ଓଡ଼ିଶା ଅଷ୍ଟମ ସ୍ଥାନରେ ରହିଛି। ୨୦୨୨ ରିପୋର୍ଟ ତୁଳନାରେ ଓଡ଼ିଶାର ରୢାଙ୍କିଂରେ ଉନ୍ନତି ହୋଇଛି। ୨୦୨୨ରେ ଓଡ଼ିଶାର ସାମଗ୍ରିକ ରୢାଙ୍କ ୧୧ ଥିଲା। ଆଜି ସ୍ଥାନୀୟ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଇଣ୍ଡିଆ ଜ‌ଷ୍ଟିସ୍‌ ରିପୋର୍ଟ-୨୦୨୫ର ଚତୁର୍ଥ ସଂସ୍କରଣକୁ ଉନ୍ନୋଚନ କରାଯାଇଛି। ସାମଗ୍ରିକ ରୢାଙ୍କିଂରେ କର୍ଣ୍ଣାଟକ ପ୍ରଥମ, ଆନ୍ଧ୍ରପ୍ରଦେଶ ଦ୍ବିତୀୟ ଓ ତେଲେଙ୍ଗାନା ତୃତୀୟ ସ୍ଥାନରେ ରହିଛି। ରାଜ୍ୟମାନଙ୍କରେ ନ୍ୟାୟ ବିତରଣର ଚାରିଟି ଅଙ୍ଗ - ପୁଲିସ, ଜେଲ୍‌, ନ୍ୟାୟପାଳିକା ଓ ଆଇନଗତ ସହାୟତାର ତର୍ଜମା କରାଯାଇ ଟାଟା ଟ୍ରଷ୍ଟ ସମେତ ଆଠଟି ସଂସ୍ଥାର ମିଳିତ ପ୍ରୟାସରେ ରିପୋର୍ଟକୁ ପ୍ରସ୍ତୁତ କରାଯାଇଛି। ଆଇଜେସି -୨୦୨୫ରେ ପୁଲିସ ରୢାଙ୍କିଂରେ ଓଡ଼ିଶା ଅଷ୍ଟମ, ଜେଲ ରୢାଙ୍କିଂର ଷଷ୍ଠ, ନ୍ୟାୟପାଳିକା  ରୢାଙ୍କିଂରେ  ଦ୍ବାଦଶ ଓ ଆଇନଗତ ସହାୟତା ରୢାଙ୍କିଂରେ ଅଷ୍ଟମ ସ୍ଥାନରେ ରହିଛି।

ରିପୋର୍ଟ ଅନୁସାରେ ଓଡ଼ିଶା ପୁଲିସ ବିଭାଗରେ କନେଷ୍ଟବଳର ୨୨ ପ୍ରତିଶତ ଓ ଅଫିସରଙ୍କ ୨୪ ପ୍ରତିଶତ ପଦ ଖାଲିପଡ଼ିଛି। ସେହିଭଳି  ରାଜ୍ୟର  ଫରେନ୍‌ସିକ୍‌ ବିଭାଗରେ ୫୧ ପ୍ରତିଶତ ପଦ ଖାଲି ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଓଡ଼ିଶାରେ ଜେଲ୍‌ମାନଙ୍କରେ ଧାର୍ଯ୍ୟ କ୍ଷମତାରୁ ଅଧିକ ସଂଖ୍ୟକ କଏଦୀ ରହିବା ମାମଲା ହ୍ରାସ ପାଇଥିବା, ଜେଲ୍‌ ବଜେଟ୍‌ରେ ୩୦ ପ୍ରତିଶତ ବୃଦ୍ଧି ହେବା ତଥା ବଜେଟ୍‌ର ୯୦ ପ୍ରତିଶତ ଉପଯୋଗ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ୨୦୨୫ରେ ଉତ୍ତରପ୍ରଦେଶ ପରେ ଓଡ଼ିଶା ହାଇକୋର୍ଟରେ ୪୬ ପ୍ରତିଶତ ବିଚାରପତି ପଦ ଓ ଜିଲ୍ଲା ନ୍ୟାୟାଳୟ ମାନଙ୍କରେ ୨୦ ପ୍ରତିଶତ ପଦ ଖାଲି ରହିଥିବା କୁହାଯାଇଛି। ଜିଲ୍ଲା ଓ ଅଧସ୍ତନ ନ୍ୟାୟାଳୟରେ ଅନୁସୂଚିତ ଜନଜାତି (ଏସ୍‌ଟି) ବିଚାରପତିଙ୍କ ୯୮ ପ୍ରତିଶତ, ଅନୁସୂଚିତ ଜାତି(ଏସ୍‌ସି) ବିଚାରପତିଙ୍କ ୮୨ ପ୍ରତିଶତ ଓ ୩୬ ପ୍ରତିଶତ ଓବିସି ବିଚାରପତିଙ୍କ ପଦ ଖାଲି ରହିଛି। ଉଚ୍ଚ ନ୍ୟାୟପାଳିକାରେ ମହିଳାଙ୍କ ପ୍ରତିନିଧିତ୍ବ କେବଳ ୬ ପ୍ରତିଶତ ଥିବାବେଳେ ନିମ୍ନ ନ୍ୟାୟପାଳିକାରେ ୪୮ ପ୍ରତିଶତ ମହିଳା ବିଚାରପତି ରହିଛନ୍ତି। ଓଡ଼ିଶା ସମେତ ୧୧ଟି ରାଜ୍ୟର ଜିଲ୍ଲା ନ୍ୟାୟାଳୟ ଗୁଡ଼ିକରେ ଗତ ତିନି ବର୍ଷରୁ ୪୦ ପ୍ରତିଶତରୁ ଅଧିକ ମାମଲା ବିଚାରାଧୀନ ରହିଛି। ଆଇନ ସହାୟତା ଅନ୍ତର୍ଗତ ଓଡ଼ିଶାରେ ଲୋକ ଅଦାଲତ ଦ୍ବାରା ୮୫ ପ୍ରତିଶତ ମାମଲାର ଫଇସଲା ହୋଇଛି। ୪୮,୦୦୦ ଗାଁ ପାଇଁ କେବଳ ୧୨୮ଟି ଲିଗାଲ ସର୍ଭିସ କ୍ଲିନିକ ଥିବା ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe