ପୁରୁଣା ଯାନବାହନରେ ଓଡ଼ିଶାର ସ୍ଥାନ ନବମ

ଓଡ଼ିଶାରେ ପୁରୁଣା ଯାନବାହାନର ସଂଖ୍ୟା ୧,୬୬୧,୧୭୦ 

ପୁରୁଣା ଯାନବାହନରେ ଓଡ଼ିଶାର ସ୍ଥାନ ନବମ

ନୂଆଦିଲ୍ଲୀ : ଓଡ଼ିଶାରେ ମୋଟ ୧,୬୬୧,୧୭୦ ପୁରୁଣା ଯାନବାହନ ରହିଛି। ଦେଶରେ ପୁରୁଣା ଯାନବାହନ ସଂଖ୍ୟା ହିସାବରେ ଓଡ଼ିଶାର ସ୍ଥାନ ନବମ। ଓଡ଼ିଶାରେ ୧୫ ରୁ ୨୦ ବର୍ଷର ପୁରୁଣା ଯାନବାହନ ସଂଖ୍ୟା ହେଉଛି ୮,୩୩,୦୬୩। ୨୦ ବର୍ଷରୁ ଅଧିକ ଯାନବାହନର ସଂଖ୍ୟା ୮,୨୮,୧୦୭। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ବର୍ତ୍ତମାନ ସୁଦ୍ଧା ଯାନବାହାନ- ୪ ଅନ୍ତର୍ଗତ ଡିଜିଟାଲ କରଣ କରାଯାଇଥିବା ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ ୪୦, ୨୮୪, ୫୨୧ ପୁରୁଣା ଯାନବାହନ ଥିବା ତାଲିକାରେ ଉଲ୍ଲେଖ ରହିଛି।

ଅପରପକ୍ଷେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ ଓ ତେଲେଙ୍ଗନା ରାଜ୍ୟର ତଥ୍ୟ ଏହି ତାଲିକାରେ ସାମିଲ ହୋଇନାହିଁ।  ତଥ୍ୟ ଅନୁସାରେ ପୁରୁଣା ଯାନବାହାନ ସଂଖ୍ୟାରେ ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ କର୍ଣ୍ଣାଟକରେ ସର୍ବାଧିକ ୭୦ ଲକ୍ଷ ରହିଥିବାରୁ ଏହା ପ୍ରଥମ, ଉତ୍ତର ପ୍ରଦେଶ ୫୬.୫ ଲକ୍ଷ ସହ ଦ୍ବିତୀୟ ଓ ଦିଲ୍ଲୀ ୫୦ ଲକ୍ଷ ସହ ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ଦେଶରେ ନବମ ସ୍ଥାନରେ ରହିଛି। ତଥ୍ୟରେ ଦେଶର ୩୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୫ ବର୍ଷରୁ ଅଧିକ ଯାନବାହନ ସଂଖ୍ୟା ୪ କୋଟି ତଥା ୨୦ ବର୍ଷରୁ ଅଧିକ ଗାଡ଼ି ସଂଖ୍ୟା ୨ କୋଟି ରହିଛି। ପୁରୁଣା ଯାନବାହନ ଉପରେ ଗ୍ରୀନ୍‌ ଟ୍ୟାକ୍ସ ଲାଗୁ କରିବା ପ୍ରସ୍ତାବ ରାଜ୍ୟମାନଙ୍କୁ ପଠାଯାଇଛି। ପର୍ଯ୍ୟାବରଣର ସଂରକ୍ଷଣ ତଥା ପ୍ରଦୂଷଣ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ଗ୍ରୀନ୍‌ଟ୍ୟାକ୍ସ ଲଗାଇବାର ପ୍ରସ୍ତାବ ରହିଛି। ଏତଦ୍‌ବ୍ୟତୀତ ପ୍ରସ୍ତାବରେ ଆଠ ବର୍ଷରୁ ଅଧିକ ପୁରୁଣା ଯାନବାହନର ଫିଟ୍‌ନେସ ସାର୍ଟିଫିକେଟର ନବୀକରଣ ପାଇଁ ମଧ୍ୟ ଟ୍ୟାକ୍ସକୁ ବୃଦ୍ଧି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe