କେନ୍ଦ୍ରର କୋଭିଡ୍-୧୯ ପ୍ୟାକେଜ : ଦୁଇଟି କିସ୍ତିରେ ଓଡ଼ିଶାକୁ ମିଳିଛି ୬୫.୪୯କୋଟି

Advertisment
କେନ୍ଦ୍ରର କୋଭିଡ୍-୧୯ ପ୍ୟାକେଜ : ଦୁଇଟି କିସ୍ତିରେ ଓଡ଼ିଶାକୁ ମିଳିଛି ୬୫.୪୯କୋଟି

ନୂଆଦିଲ୍ଲୀ : କୋଭିଡ୍-୧୯ ଜନିତ ସ୍ବାସ୍ଥ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସହାୟତା ରାଶି ପ୍ରଦାନ କରୁଛନ୍ତି। ତଦନୁଯାୟୀ ଓଡ଼ିଶାକୁ ଦୁଇଟି କିସ୍ତିରେ ୬୫.୪୯ କୋଟି ଟଙ୍କା ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ‌କୁମାର ଚୌବେ ରାଜ୍ୟସଭାକୁ ଦେଇଥିବା ଲିଖିତ ଉତ୍ତରରେ ଏହା ଜଣାପଡ଼ିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌବେଙ୍କ ସୂଚନା ଅନୁସାରେ, ପ୍ରଥମ କିସ୍ତିରେ ଆବଣ୍ଟନ କରାଯାଇଥିବା ୪୬.୩୫ କୋଟି ଟଙ୍କାରୁ ଓଡ଼ିଶାକୁ ସମୁଦାୟ ଅର୍ଥ ପ୍ରଦାନ କରାଯାଇଥିବାବେଳେ ଦ୍ବିତୀୟ କିସ୍ତିରେ ଆବଣ୍ଟନ କରାଯାଇଥିବା ୩୮.୨୮କୋଟି ଟଙ୍କାରୁ ୧୯.୧୪କୋଟି ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। କୋଭିଡ୍-୧୯ ପ୍ୟାକେଜ ଅନ୍ତର୍ଗତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ୨୦୨୦-୨୧ ଆର୍ଥକବର୍ଷରେ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ସର୍ବମୋଟ ୪୨୩୦.୭୮କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe