ପୁନେରେ ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ

Advertisment
ପୁନେରେ ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ

ପୁନେ:  ପୁନେ ସହରର ପ୍ରବାସୀ ଓଡ଼ିଆଙ୍କ ଅନୁଷ୍ଠାନ  ଓଡ଼ିଶା ସାଂସ୍କୃତିକ ପରିଷଦ ପକ୍ଷରୁ "ଉତ୍କଳ ଦିବସ - ୨୦୨୨" ପାଳନ କରାଯାଇଛି। ଚନ୍ଦ୍ରଭାନୁ କାନୁନଗୋଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ମୁଖ୍ୟଅତିଥି  ଭାବେ ରାଜ୍ୟର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ଯୋଗ ଦେଇଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି  ରାମ ଦାସ ଧାବଡେ ପ୍ରଦୀପ ପ୍ରଜ୍ଜ୍ବଳନ କରିଥିଲେ।

ତାଙ୍କ ଅଭିଭାଷଣରେ ମନ୍ତ୍ରୀ ଶ୍ରୀ ବେହେରା ଓଡ଼ିଶା ସରକାରଙ୍କ ସଫଳତା ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର ଅପାର ସମ୍ଭାବନା ଏବଂ ଓଡ଼ିଶାର ବିକାଶ ଦିଗରେ ପ୍ରବାସୀ ଓଡ଼ିଆ କିପରି ସହଯୋଗ କରିପାରିବେ ସେ ବିଷୟରେ ମତ ରଖିଥିଲେ । ପୁନେରେ ଓଡ଼ିଆଙ୍କୁ ଏକତ୍ର କରିବା ଦିଗରେ ସେ “ଓଡ଼ିଆ ସାଂସ୍କୃତିକ ପରିଷଦ ”ର ପ୍ରୟାସକୁ ପ୍ରଶଂସା କରିଥିଲେ । ପୁନେରେ ଏକ ଓଡ଼ିଶା ଭବନ ନିର୍ମାଣରେ ସାହାଯ୍ୟ କରିବାକୁ ସେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

publive-image

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆରତୀ ସହିତ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା। ‘ ବନ୍ଦେ ଉତ୍କଳ ଜନନୀ’ ଗୀତରେ ସବୁ ଓଡ଼ିଆ ଭାଇଭଉଣୀ ଏବଂ ଅତିଥିମାନେ ଠିଆ ହେଇ ଉତ୍କଳ ମାଟି ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଥିଲେ। ଓଡ଼ିଆ ଗୀତ ଏବଂ ନାଚ କାର୍ଯ୍ୟକ୍ରମ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମରେ ସୁସଂଜିତା ରାୟ ଓ ଅନ୍ଵେଷା ପାଣି  ମଞ୍ଚ ପରିଚାଳନା କରିଥିଲା ବେଳେ ପ୍ରଦୀପ ପାଣି ଧନ୍ୟବାଦ ଜ୍ଞାପନ କରିଥିଲେ। ପ୍ରବାସୀ ଓଡ଼ିଆ ବନ୍ଧୁମାନେ ରାତ୍ରି ଭୋଜିରେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ।

ଓଡ଼ିଶା ବାହାରେ ଥିବା ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ସଂସ୍କୃତିର ଜାଗରଣ, ପ୍ରୋତ୍ସାହନ, ପ୍ରଚାର ପ୍ରସାର, ବନ୍ଧୁତ୍ବଭାବର ବିକାଶ ଓ ନିସ୍ୱାର୍ଥପର ସେବା ସାହାଯ୍ୟ କରିବା ଓଡ଼ିଶା ସାଂସ୍କୃତିକ ପରିଷଦର ଲକ୍ଷ୍ୟ। ଏହି ସଂଗଠନର ପ୍ରତିଷ୍ଠାତା ସଦସ୍ୟ  ସ୍ୱାଗତ ମିଶ୍ର, ଲୋକନାଥ ସାହୁ, ଅରୁଣ ରାଉତ, ବିରାଜ କୁମାର ମିଶ୍ର, ଅଭିଷେକ ନାୟକ, ଅମିତ ମହାନ୍ତି, ଶ୍ରୀଧର ସାହୁ ଏବଂ  ରମାକାନ୍ତ ସାହୁଙ୍କ ଉଦ୍ୟମରେ ଏହି ଉତ୍ସବ ସଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe