‘କୋଟିଆ ଓଡ଼ିଶାର’; ନୂଆ ପିଟିସନ୍ ଦାଖଲ କରିବ ଓଡ଼ିଶା

Advertisment
କୋଟିଆରେ ବିକାଶର ରଙ୍ଗିନ ଚିତ୍ର ଦେଖାଇଲେ ମନ୍ତ୍ରୀ

Mycitylinks

ନୂଆଦିଲ୍ଲୀ : ଆନ୍ଧ୍ର ବିରୋଧରେ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିପାରନ୍ତି। ଅତି ନିର୍ଭରଯୋଗ୍ୟ ସୂତ୍ରରୁ ଏଭଳି ସୂଚନା ମିଳିଛି। ଗୋଟିଏ ସୂତ୍ରରୁ ଖବର ମିଳୁଛି ଯେ ‘‘କୋଟିଆ ଓଡ଼ିଶାର’’ ବୋଲି ରାଜ୍ୟ ସରକାର ଆଉ ଥରେ ପିଟିସନ ଦାଖଲ କରିପାରନ୍ତି। ପ୍ରଥମେ ‘କୋଟିଆ ଓଡିଶାର’ ସଂପର୍କିତ ପିଟିସନ ଦାଖଲ ହେବ ଓ ତା’ପରେ ଅଦାଲତ ଅବମାନନା ମାମଲାରେ ଆନ୍ଧ୍ରର ଜବାବ ଉପରେ ପ୍ରତି ଜବାବ ଦାଖଲ କରାଯିବ। ଏହି ନୂଆ ପିଟିସନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କରୁଥିବା ଜଣାପଡିଛି।

ରାଜ୍ୟ ସରକାରଙ୍କ ଦ୍ବାରା କୋଟିଆ ମାମଲାରେ ସୁପ୍ରିମ କୋର୍ଟରେ ନିୟୋଜିତ ଲିଗାଲ ଟିମ୍‌ ସମସ୍ତ ନଥିପତ୍ର, ଦସ୍ତାବିଜ, ରେକର୍ଡ ଓ ଫୋଟୋ ଗୁଡିକୁ ଏକାଠି କରିସାରିଛନ୍ତି। ଏହା ଓଡିଶାର ପିଟିସନକୁ ବଳିଷ୍ଠ କରିପାରିବ। ଏହାବ୍ୟତୀତ କେତେ ଅଧିକ ତଥ୍ୟ ଏଥିରେ ରଖାଯିବ, ସେ ନେଇ ରାଜ୍ୟ ସରକାର ତନାଘନା ଚଳାଇଛନ୍ତି। ଆହୁରି ଖବର ମିଳୁଛି ଯେ ପିଟିସନ୍‌ ଦାଖଲ କରିବା ପୂର୍ବରୁ ଲିଗାଲ ଟିମ କୋଟିଆ ଆସିବେ ଓ ନିଜେ ସରଜମିନ୍ ସ୍ଥିତି ଅନୁଧ୍ୟାନ କରିବେ। ମାମଲାକୁ ଅଧିକ ପ୍ରଭାବୀ କରିବା ପାଇଁ ଯାହା ତଥ୍ୟ ଆଉ ଆବଶ୍ୟକ ତାହା ଯୋଗାଡ ଲାଗି ନିର୍ଦେଶ ଦେବେ।

ଏସବୁ ଏକାଠି ହେବା ପରେ ନୂଆ ପିଟିସନ୍ ପ୍ରସ୍ତୁତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe