ମହାନଦୀ ଜଳବିବାଦ ମାମଲା, ଛତିଶଗଡ଼କୁ ପତ୍ର ଲେଖିଲା ଓଡ଼ିଶା

Advertisment

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଥାବାର୍ତ୍ତା କରାଯାଉ, କରୋନାରେ ପ୍ରାଣ ହରାଇଲେଣି ବୈଷୟିକ କମିଟିର ୩ ସଦସ୍ୟ

ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଥାବାର୍ତ୍ତା କରାଯାଉ, କରୋନାରେ ପ୍ରାଣ ହରାଇଲେଣି ବୈଷୟିକ କମିଟିର ୩ ସଦସ୍ୟ

୧୦ରେ ଭୁବନେଶ୍ବରରେ ପହଞ୍ଚିବେ ମହାନଦୀ ଟ୍ରିବ୍ୟୁନାଲ୍‌: ଓଡ଼ିଶା‌କୁ ଦୁଇଟି ପର୍ଯ୍ୟାୟରେ ଗସ୍ତ

Patrika

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ପ୍ରସଙ୍ଗରେ ଓଡ଼ିଶା ପକ୍ଷରୁ ଆଉ ଏକ ପଦକ୍ଷେପ ଗ୍ରହଣ କରାଯାଇଛି। ଭିଡିଓ କନ୍‌ଫେରେନ୍ସିଂ ଜରିଆରେ କଥାବାର୍ତ୍ତା କରିବା ପାଇଁ ଛତିଶଗଡ଼ ସରକାରଙ୍କୁ ପତ୍ର ଲେଖିଛି। ଟ୍ରିବ୍ୟୁନାଲଙ୍କ ପରାମର୍ଶ କ୍ରମେ ଅନ୍ତରୀଣ ବ୍ୟବସ୍ଥା ପାଇଁ ବିଚାରବିମର୍ଶ ପ୍ରକ୍ରିୟାକୁ ଖୁବ୍‌ଶୀଘ୍ର ତ୍ୱରାନ୍ୱିତ ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ଏକ ବିଶେଷସୂତ୍ରରୁ ଜଣାପଡ଼ିଛି। କରୋନା କଟକଣା ଯୋଗୁ ଗତ ଏପ୍ରିଲ୍‌ ମାସ ୧୦ ତାରିଖ ଦିନ ମହାନଦୀ ଟ୍ରିବ୍ୟୁନାଲ ମାମଲାର ଶୁଣାଣିକୁ ସ୍ଥଗିତ ରଖିଥିଲେ। ଫଳରେ, ଅନ୍ତରୀଣ ବ୍ୟବସ୍ଥାକୁ ନେଇ ଦୁଇ ରାଜ୍ୟମଧ୍ୟରେ କୌଣସି ପ୍ରକାର ବିଚାରବିମର୍ଶ ହୋଇପାରିନଥିଲା। ତେଣୁ ଅତିଶୀଘ୍ର ବୈଠକ କରିବା ପାଇଁ ଓଡ଼ିଶା ପକ୍ଷରୁ ଛତିଶଗଡ଼କୁ ଅନୁରୋଧ କରାଯାଇଥିବାର ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ବୁଝାମଣା ପାଇଁ ଅଧିକ ସମୟ ଲାଗିପାରେ ବୋଲି ପୂର୍ବରୁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲକୁ ଅବଗତ କରାଯାଇଥିଲା। ତେବେ, ଓଡ଼ିଶା ପକ୍ଷରୁ ପୁଣିଥରେ ତତ୍ପରରତା ପ୍ରକାଶ ସହିତ ଆଲୋଚନାକୁ ତ୍ବରାନ୍ବିତ କରିବା ପାଇଁ ପତ୍ର ଲେଖାଯାଇଛି।
ଅନ୍ୟପକ୍ଷରେ, ମହାନଦୀ ଜଳବିବାଦ ମାମଲାରେ ସମ୍ପୃକ୍ତ ଥିବା ଓଡ଼ିଶା ଓ ଛତିଶଗ଼ଡ଼ର ବୈଷୟିକ ଟିମ୍‌ର ୩ ଜଣ ସଦସ୍ୟ ପ୍ରାଣ ହରାଇଥିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଓଡ଼ିଶାର ଅବସରପ୍ରାପ୍ତ ଇଞ୍ଜିନିୟର ୮୦ ବର୍ଷିୟ ସୁରେଶ ଚନ୍ଦ୍ରଙ୍କର କରୋନାରେ ମୃତ୍ୟୁ ହୋଇଛି। ବୈଷୟିକ ଟିମ୍‌ର ଜଣେ ବରିଷ୍ଠ ସଦସ୍ୟ ରୂପେ ସେ ମହାନଦୀ ଜଳବିବାଦ ମାମଲାରେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଉଥିଲେ। ସେହିଭଳି, ଛତିଶଗଡ଼ର ଦୁଇଜଣ ବୈଷୟିକ ଟିମ୍‌ର ସଦସ୍ୟଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe