ବିଡିଂ ଅପେକ୍ଷାରେ ଓଡ଼ିଶାର ୧୪ଟି ଏୟାରଷ୍ଟ୍ରିପ୍‌

Advertisment
ବିଡିଂ ଅପେକ୍ଷାରେ ଓଡ଼ିଶାର ୧୪ଟି ଏୟାରଷ୍ଟ୍ରିପ୍‌

Sambad English

ନୂଆଦିଲ୍ଲୀ : ଓଡ଼ିଶାର ଅମର୍ଦା, ଜୟପୁର, ଝାରସୁଗୁଡା, ରଙ୍ଗେଇଲୁଣ୍ଡା, ରାଉରକେଲା ଓ ଉତ୍‌କେଲା ଏୟାରଷ୍ଟ୍ରିପ୍‌କୁ ଉଡାନ୍‌ ଯୋଜନାରେ ବିକଶିତ କରିବା ପାଇଁ ଚିହ୍ନଟ କରାଯାଇଛି ତଥା ଏହି ଯୋଜନା ଅର୍ନ୍ତଗତ ବିମାନ ଚଳାଚଳ କରାଯାଇପାରିବ। ଏହି ଯୋଜନାରେ ଏୟାରପୋର୍ଟଗୁଡ଼ିକର ପୁନରୁଦ୍ଧାର ହେବା ପରେ ଝାରସୁଗୁଡ଼ା, ଜୟପୁର ଏବଂ ରାଉରକେଲାରୁ ବିମାନ ଚଳାଚଳ ଆରମ୍ଭ ହୋଇଛି।

ଏଥିସହ ଉଡାନ୍‌ ଯୋଜନାରେ ଅନୁଗୁଳ, ବଡ଼ବିଲ, ବୀରାସାଲ, ଗୁଡ଼ାରି, ହୀରାକୁଣ୍ଡ, ଜୟକପୁର, ଲାଂଜିଗଡ଼, ନୱାପଡ଼ା, ପଦ୍ମପୁର, ରାଇରଙ୍ଗପୁର, ରାଇସୁଆଁ, ସୁକିନ୍ଦା, ଥେରୁବାଲି ଓ ତୁସରା ଅନସର୍ଭଡ ଏୟାରଷ୍ଟ୍ରିପ ବିଡିଂ ଅପେକ୍ଷାରେ ରହିଛି। ଆଜି ରାଜ୍ୟସଭାରେ ଉଡାନ ଯୋଜନାରେ ରାଜ୍ୟର ଚୟନିତ ତଥା ପ୍ରସ୍ତାବିତ ଏୟାରଷ୍ଟ୍ରିପ୍‌ ସଂପର୍କିତ ବିଜେଡି ସାଂସଦ ମମତା ମହନ୍ତଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ.ସିଂହ(ଅବସରପ୍ରାପ୍ତ) ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe