ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ୧୫

Advertisment
ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡ଼ିଶାର ୧୫

The Indian Express

ନୂଆଦିଲ୍ଲୀ : ଦେଶର ୯୦ଟି ମାଓପ୍ରବଣ ଜିଲ୍ଲା ତାଲିକାରେ ଓଡିଶାର ୧୫ଟି ଜିଲ୍ଲା ସ୍ଥାନ ପାଇଛି। ଏହିସବୁ ଜିଲ୍ଲାଗୁଡ଼ିକ ହେଉଛି; ଅନୁଗୁଳ, ବରଗଡ, ବଲାଙ୍ଗିର, ବୌଦ୍ଧ, ଦେବଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା, ରାୟଗଡା, ସମ୍ବଲପୁର ଓ ସୁନ୍ଦରଗଡ। ସର୍ବାଧିକ ୧୯ଟି ମାଓପ୍ରବଣ ଜିଲ୍ଲା ଝାଡ଼ଖଣ୍ଡରେ ଥିବାବେଳେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି।

୨୦୧୮ରୁ ୨୦୨୦ ମସିହା ଗତ ତିନିବର୍ଷ ମଧ୍ୟରେ ଓଡ଼ିଶାରେ ସମୁଦାୟ ୧୭୦ଟି ମାଓହିଂସା ଘଟିଛି। ଏହି ସମୟ ଭିତରେ ୫୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆଜି ରାଜ୍ୟସଭାରେ କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡି ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe