ମଧ୍ୟପ୍ରଦେଶର ୧୫୦ ଚାଷୀଙ୍କର ୫ କୋଟିର ଶସ୍ୟ ହଡ଼ପ

Advertisment

ଅଧିକାଂଶ ଚାଷୀ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଜିଲ୍ଲାର

ଅଧିକାଂଶ ଚାଷୀ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଜିଲ୍ଲାର

ମଧ୍ୟପ୍ରଦେଶର ୧୫୦ ଚାଷୀଙ୍କର ୫ କୋଟିର ଶସ୍ୟ ହଡ଼ପ

Mahamediaonline

ଭୋପାଳ: ମଧ୍ୟପ୍ରଦେଶରେ ବିଜେପି ପାଇଁ ଏକ ଅପ୍ରୀତିକର ପରିସ୍ଥିତି ଆସିଛି। ରାଜ୍ୟର ଚାରିଟି ଜିଲ୍ଲାର ପ୍ରାୟ ଦେଢ଼ ଶହ ଚାଷୀଙ୍କର ୫ କୋଟି ଟଙ୍କା ମୂଲ୍ୟର ୨,୬୦୦ କ୍ବିଣ୍ଟାଲ ଶସ୍ୟ ଠକେଇ ହୋଇଥିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଚାଷୀମାନଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିଜ ଜିଲ୍ଲା ସିହୋର ଏବଂ କୃଷି ମନ୍ତ୍ରୀ କମଲ ପଟେଲଙ୍କ ଜିଲ୍ଲା ହରଦାର ବାସିନ୍ଦା ବୋଲି ଜଣାଯାଇଛି। ସୋମବାର ୨୨ ଜଣ ଚାଷୀ ଦେଵାସର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ଙ୍କ କାର୍ଯ୍ୟାଳୟକୁ ଯାଇ ସେମାନଙ୍କ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦେଵାସର ଏକ ମଣ୍ଡି ଦ୍ବାରା ପ୍ରଦତ୍ତ ଏକ ଅବଧି ସରିଯାଇଥିବା ଲାଇସେନ୍ସ ବଳରେ ଜଣେ ବ୍ୟବସାୟୀ ଚାଷୀମାନଙ୍କର ଶସ୍ୟ କିଣିଥିଲେ।

ଏ ବାବଦରେ ଚାଷୀମାନଙ୍କୁ ମିଳିଥିବା ଚେକ୍‌ ବ୍ୟାଙ୍କରେ ବାଉନ୍ସ ହେବା ପରେ ସେମାନଙ୍କ ବୁଦ୍ଧି ବାଟବଣା ହୋଇଥିଲା। ତେବେ ସେମାନେ ଏ ସମ୍ପର୍କରେ ମଣ୍ଡିରେ ପଚରା ଉଚରା କରିବାରେ ସେଭଳି ବେପାରୀଙ୍କର କୌଣସି ରେକର୍ଡ ମଣ୍ଡିରେ ନାହିଁ ବୋଲି ଜଣାପଡ଼ିଥିଲା। ଏହିପରି ଭାବେ ସିହୋର, ହରଦା ଓ ହୋସାଙ୍ଗବାଦର ପ୍ରାୟ ୧୫୦ଜଣ ଚାଷୀଙ୍କର ୫ କୋଟି ମୂଲ୍ୟର ଶସ୍ୟ ହଡ଼ପ ହୋଇଥିବା ଚାଷୀମାନେ କହିଛନ୍ତି। ସେମାନେ ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଏବଂ ସଂପୃକ୍ତ ବ୍ୟବସାୟୀଙ୍କୁ ଗିରଫ ସହ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ଚାଷୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେବା ପାଇଁ ଦାବି କରିଛନ୍ତି। ସେହିପରି ବାମୋରିରେ ୧୮ ଜଣ ଚାଷୀଙ୍କର ୨୦ ଲକ୍ଷ ଟଙ୍କାର ଧନିଆଁପତ୍ର ହଡ଼ପ ହୋଇଥିବା ଜଣାଯାଇଛି। ଅନ୍ୟ ଏକ ଘଟଣାରେ ଗ୍ବାଲିଅରରେ ୨୪ ଜଣ ଚାଷୀଙ୍କର ୧୦ ଲକ୍ଷର ଉତ୍ପାଦ ମାରିନେଇଥିବା ଜଣେ ବ୍ୟବସାୟୀ ନିଖୋଜ ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe