ଜମ୍ମୁ ଓ କଶ୍ମୀର: ଡିୟୁଟିରେ ନ ଥିବା ପୁଲିସକୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

Advertisment
ଜମ୍ମୁ ଓ କଶ୍ମୀର: ଡିୟୁଟିରେ ନ ଥିବା ପୁଲିସକୁ ଗୁଳି ମାରି ହତ୍ୟା କଲେ ଆତଙ୍କବାଦୀ

Image Courtesy of NDTV

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋରା ଅଞ୍ଚଳରେ ଡିୟୁଟିରେ ନ ଥିବା ଜଣେ ପୁଲିସ ଅଧିକାରୀଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ ସନ୍ଦେହ କରି କହିଛି। କିନ୍ତୁ, ଏ ସଂକ୍ରାନ୍ତରେ ପୁଲିସ ତରଫରୁ କ‌ୌଣସି ଔପଚାରିକ ବିବୃତି ମିଳିନାହିଁ।

ଆଜି ସକାଳେ ନିହତ ପୁଲିସ ସବ୍‌-ଇନ୍‌ପେକ୍ଟର୍‌ ଫାରୁକ୍‌ ଅହମଦ୍‌ ମିର୍‌ଙ୍କ ଶବ ଗୋଟାଏ ବିଲରୁ ମିଳିଥିଲା।

ପାମ୍ପୋର୍‌ ଅନ୍ତର୍ଗତ ସମ୍ବୂରାସ୍ଥିତ ବାସଭବନରୁ ସବ୍‌-ଇନ୍‌ପେକ୍ଟର୍‌ଙ୍କୁ ଆତଙ୍କବାଦୀମାନେ ଅପହରଣ କରି ନେଇ ନିକଟବର୍ତ୍ତୀ ବିଲରେ ହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି।

publive-image Image Courtesy of News18

କଶ୍ମୀର ଜୋନ୍‌ ପୁଲିସ କହିଛି, ଗତ ସନ୍ଧ୍ୟାରେ ସହିଦ ପୁଲିସ ଅଧିକାରୀ ମିର୍‌ କାମ କରିବା ପାଇଁ ଘରୁ ଧାନ ବିଲକୁ ଯାଇଥିଲେ। ସେଠାରେ ଆତଙ୍କବାଦୀମାନେ ପିସ୍ତଲରୁ ଗୁଳି ଚଳାଇ ତାଙ୍କୁ ହତ୍ୟା କରିଛନ୍ତି।

ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ ଲେଖିଛି: ‘ଆଇଆର୍‌ପି ୨୩ ବିଏନ୍‌’ରେ ନିଯୁକ୍ତ ସମ୍ବୂରା ଏସ୍‌ଆଇ(ଏମ୍‌) ଫାରୁକ୍‌ ଆହ୍‌ ମିର୍‌ଙ୍କ ଶବ ତାଙ୍କ ଘର ନିକଟ ବିଲରୁ ଉଦ୍ଧାର କରାଯାଇଛି। ଧାନବିଲରେ କାମ କରିବା ଲାଗି ସେ ଗତସନ୍ଧ୍ୟାରେ ଘରୁ ବାହାରି ଯାଇଥିଲେ। ସେଠାରେ ଆତଙ୍କବାଦୀମାନେ ତାଙ୍କୁ ପିସ୍ତଲ୍‌ରେ ଗୁଳି ମାରି ହତ୍ୟା କରିଛନ୍ତି।

ସହିଦ ପୁଲିସ ଅଧିକାରୀ ମିର୍‌ ଜମ୍ମୁ ଓ କଶ୍ମୀର ପୋଲିସ୍‌ର ‘ଇଣ୍ଡିଆନ୍‌ ରିଜର୍ଭ ପୋଲିସ୍‌’ ବା ‘ଆଇଆର୍‌ପି’ ବାଟାଲିୟନ୍‌ରେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe