ତାରିଖ ଘୋଷଣା ପୂର୍ବରୁ ଭୋଟରଙ୍କୁ ଥୋପ, ତାମିଲନାଡ଼ୁରେ ଗରିବଙ୍କ ସୁନାବନ୍ଧକ ଋଣ ଛାଡ଼ ହେବ

ପଶ୍ଚିମବଙ୍ଗ ଶ୍ରମିକଙ୍କ ମଜୁରି ବୃଦ୍ଧି

ମାର୍ଚ୍ଚ ପ୍ରଥମ ସପ୍ତାହରେ ହୋଇପାରେ ପିପିଲି ଉପନିର୍ବାଚନ ତାରିଖ ଘୋଷଣା

The Logical Indian

ନୂଆଦିଲ୍ଲୀ : ନିର୍ବାଚନ କମିସନ୍‌ ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ପୂର୍ବରୁ ତାମିଲନାଡ଼ୁ ଏବଂ ପଶ୍ଚିମବଙ୍ଗ ସରକାର ଭୋଟରମାନଙ୍କୁ ଆକୃଷ୍ଟ କରିବା ପ୍ରୟାସ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦିନ ମଜୁରିଆଙ୍କ ମଜୁରି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୧୪୪ ଟଙ୍କାରୁ ୨୦୨ ଟଙ୍କାକୁ ବୃଦ୍ଧି ହେବ ଏବଂ ଅର୍ଦ୍ଧ କୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି ୧୭୨ ଟଙ୍କାରୁ ୩୦୩କୁ ବୃଦ୍ଧି ହେବ। କୁଶଳୀ ଶ୍ରମିକଙ୍କ ମଜୁରି ୪୦୪ ରହିବ। ଏହାଦ୍ବାରା ରାଜ୍ୟରେ ମୋଟ୍‌ ୫୬,୫୦୦ ଶ୍ରମିକ (୪୦,୫୦୦ ଅଣକୁଶଳୀ, ୮୦୦୦ ଅର୍ଦ୍ଧକୁଶଳୀ ଏବଂ ୮୦୦୦ କୁଶଳୀ ଶ୍ରମିକ ) ଉପକୃତ ହେବେ। ଅନ୍ୟପକ୍ଷେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି , ତାଙ୍କ ସରକାର ଗରିବ, କୃଷି ଶ୍ରମିକ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସୁନା ବନ୍ଧକ ରଖି ନେଇଥିବା ଋଣକୁ ଛାଡ଼ କରିବେ। ଗରିବ ଲୋକ ପରିଶୋଧ କରିପାରୁ ନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe