ଆସିଲା ସରକାରୀ ନିମନ୍ତ୍ରଣ; ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଆସିଲା ସରକାରୀ ନିମନ୍ତ୍ରଣ; ନୂଆ ସଂସଦ ଭବନ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନ କରିବାକୁ ନେଇ ବିରୋଧୀଙ୍କ ଆପତ୍ତି ମଧ୍ୟରେ ଆସନ୍ତା ମେ’ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ। ଏସଂପର୍କରେ ସଂସଦ ସଚିବାଳୟ ପକ୍ଷରୁ ଦିଆଯାଇଥିବା ସରକାରୀ ନିମନ୍ତ୍ରଣପତ୍ରରୁ ଜଣାପଡିଛି ଯେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଉଦାଘାଟନୀ ସମାରୋହରେ ଯୋଗଦେଇ ନୂତନ ସଂସଦ ଭବନକୁ ଭାବେ ଉଦଘାଟନ କରିବେ।

ଲୋକସଭା ମହାସଚିବ ଉତ୍ପଳ କୁମାର ସିଂହ ସାଂସଦଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ନୂତନ ସଂସଦ ଭବନ ଉଦ୍‌ଘାଟନୀ ସମାରୋହର ନିମନ୍ତ୍ରଣ ପଠାଇଛନ୍ତି। ୨୮ ତାରିଖ ମଧ୍ୟାହ୍ନ ୧୨ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ନୂଆ ସଂସଦ ଭବନ ଉଦଘାଟନକୁ ନେଇ କଂଗ୍ରେସ ଦଳ ନେତୃତ୍ୱାଧୀନ ବିରୋଧୀମାନେ ସରକାରଙ୍କୁ ପ୍ରଶ୍ନ କରିବା ସହ ଉଦଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କିମ୍ବା ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଉଦ୍‌ଘାଟନ କରିବାକୁ ନ କହି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅପମାନିତ କରୁଥିବା ଅଭିଯୋଗ କରିଛନ୍ତି।

publive-image

ଅନ୍ୟପକ୍ଷରେ, କଂଗ୍ରେସ ବିରୋଧରେ ଆକ୍ରମଣର ନେତୃତ୍ୱ ନେଉଥିବା କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି, ଯେଉଁଠି କାହାର କିଛି ନାହିଁ ସେଠାରେ ବିବାଦ ସୃଷ୍ଟି କରିବା କଂଗ୍ରେସର ଅଭ୍ୟାସ ରହିଛି। ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସରକାର ମୁଖ୍ୟ ଏବଂ ସରକାରଙ୍କ ତରଫରୁ ସଂସଦର ନେତୃତ୍ୱ ନେଉଛନ୍ତି, ଯାହାର ନୀତି ଆଇନ ଆକାରରେ କାର୍ଯ୍ୟକାରୀ ହୋଇଥାଏ। ରାଷ୍ଟ୍ରପତି କୌଣସି ଗୃହର ସଦସ୍ୟ ନୁହଁନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ଗୃହର ଜଣେ ନିର୍ବାଚିତ ସଦସ୍ୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe