ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗାର ଜଣେ ବ୍ୟକ୍ତିଙ୍କୁ ସମସ୍ତେ ଅଏଲ କୁମାର ନାଁରେ ଜାଣନ୍ତି। ଅନ୍ୟ ସାଧାରଣ ଲୋକଙ୍କ ପରି ସେ ଭାତ, ଡାଲି କିମ୍ବା ରୁଟି ଖାଆନ୍ତି ନାହିଁ। ଦୈନିକ ୭ରୁ ୮ ଲିଟର ପୋଡ଼ା ଇଞ୍ଜିନ ଅଏଲ ପାନ କରନ୍ତି। ଏହାସହିତ ସେ ନିୟମିତ ଚା ମଧ୍ୟ ପିଅନ୍ତି। ଇଞ୍ଜିନ ଅଏଲ ପିଇବାର ଭିଡିଓ ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ତାଙ୍କୁ ନେଇ ଚର୍ଚ୍ଚା ବଢ଼ିଯାଇଛି। ତେବେ ଏହା ତାଙ୍କର ଆଜିକାଲିର ଅଭ୍ୟାସ ନୁହେଁ। ଗତ ୩୦ ବର୍ଷ ହେଲା ସେ କେବଳ ଏହି ଇଞ୍ଜିନ ଅଏଲ ଯୋଗୁ ବଞ୍ଚିଥିବା କୁହାଯାଇଛି। ବର୍ଷ ବର୍ଷ ଧରି ଇଞ୍ଜିନ ଅଏଲ ପିଇ ବଞ୍ଚୁଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇନାହିଁ। ସେ ଏଥିପାଇଁ କେବେବି ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି। ଭଗବାନ ଆୟପ୍ପାଙ୍କ କୃପାରୁ ସେ ଏପରି ଭିନ୍ନତା ପାଇଥିବା କହିଛନ୍ତି।
ଦିନକୁ ୮ ଲିଟର ଇଞ୍ଜିନ୍ ଅଏଲ୍ ପିଅନ୍ତି ଅଏଲ୍ କୁମାର
Advertisment
Follow Us