କମିବ କି ତେଲ ଦର ? ସଂକେତ ଦଲେ ମନ୍ତ୍ରୀ

ନୂଆ ବର୍ଷ ପୂର୍ବରୁ କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିପାରେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର ଏହି ସଙ୍କେତ ଦେଇଛନ୍ତି।

କ୍ରମାଗତ ୧୧ଦିନ ପାଇଁ କମିଲା ତେଲଦର, ପେଟ୍ରୋଲ ୪୧ ପଇସା ଓ ଡିଜେଲ ୩୦ ପଇସା କମିଲା

ନୂଆଦିଲ୍ଲୀ: ନୂଆ ବର୍ଷ ପୂର୍ବରୁ କିଛି ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିପାରେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଙ୍ଗଳବାର (ଅକ୍ଟୋବର ୨୯, ୨୦୨୪) ଏହି ସଙ୍କେତ ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି, ପେଟ୍ରୋଲ ପମ୍ପ ଡିଲରମାନଙ୍କୁ ପ୍ରଦାନ କରାଯାଉଥିବା ଡିଲର କମିଶନ ବୃଦ୍ଧି ପାଇଁ ତୈଳ ମାର୍କେଟିଂ କମ୍ପାନୀଗୁଡିକର ଘୋଷଣା ଏବଂ ଦୁର୍ଗମ ସ୍ଥାନରେ (ତୈଳ ବିପଣନ କମ୍ପାନୀର ପେଟ୍ରୋଲ ଏବଂ ଡିଜେଲ ଡିପୋଠାରୁ ଦୂରରେ) ଥିବା ଉପଭୋକ୍ତାଙ୍କୁ ଫାଇଦା ଦେବା ପାଇଁ ଆନ୍ତଃରାଜ୍ୟ ମାଲ ପରିବହନକୁ ଯୁକ୍ତିଯୁକ୍ତ କରିବାର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି ।  ଫଳରେ ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ। (ନିର୍ବାଚନ ହେବାକୁ ଥିବା ରାଜ୍ୟ ଓ ନିର୍ବାଚନ ମଣ୍ଡଳୀରେ ଏହି ନିଷ୍ପତ୍ତି ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହେବ)।
ଏହା ଫଳରେ ଓଡ଼ିଶାର ନବରଙ୍ଗପୁରର ଝରିଗାଁରେ ପେଟ୍ରୋଲ ଲିଟର ପିଛା ୩.୨୫ ଟଙ୍କା ଓ ଡିଜେଲ ୩.୦୮ ଟଙ୍କା କମିବ । ସେହିପରି ରାଇଘରରେ ପେଟ୍ରୋଲ ଲିଟର ପିଛା ୩.୪୧ ଟଙ୍କା ଓ ଡିଜେଲ ୩.୨୨ ଟଙ୍କା କମିବ ।କାଲିମେଳାରେ ପେଟ୍ରୋଲ ଲିଟର ପିଛା ୪.୫୫ ଟଙ୍କା ଓ ଡିଜେଲ ୪.୩୨ ଟଙ୍କା କମିବ ।

e

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe