ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌  କହିଲେ, ‘ରିସ୍ତେମେଁ ମେଁ ଉନ୍‌କା ବାପ୍ ଲଗତା ହୁଁ’

Advertisment
ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌  କହିଲେ, ‘ରିସ୍ତେମେଁ ମେଁ ଉନ୍‌କା ବାପ୍ ଲଗତା ହୁଁ’

photo--ONEINDIA

ଲକ୍ଷ୍ନୌ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସଲମାନ୍‌ ଖୁର୍ସିଦ୍‌  ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଂପର୍କରେ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଖୁର୍ସିଦ୍‌ ଯୋଗୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ରିସ୍ତେମେଁ ମେଁ ଉନ୍‌କା ବାପ୍ ଲଗତା ହୁଁ’। ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଭିଡିଓରେ ସଲମାନ୍‌ ଖୁର୍ସିଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ‘ମୁଁ ଏଇ କଥାକୁ ନେଇ ଖୁସି ଯେ ଯୋଗୀ ଆଦିତ୍ୟନାଥ ମୋ’ ସହିତ ଲଢେଇ କରୁଛନ୍ତି। ଯଦି ସେ ମୋ’ ବିଷୟରେ କିଛି କହନ୍ତି,ତେବେ ମୁଁ ତାଙ୍କୁ କେବଳ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। ଏ ସଂପର୍କରେ ସେ ମୋତେ ଯେଉଁଠି ବି, ଏମିତିକି ଗୋଶାଳାରେ ବିତର୍କ କରିବାକୁ  ଆହ୍ଵାନ କଲେ, ସେ ଜାଣିପାରିବେ ଗାଈମାନେ ତାଙ୍କ ସହିତ ଅଛନ୍ତି କି ମୋ’ ସହିତ ।

publive-image The Indian Express

ସେ ଆହୁରି ମଧ୍ୟ କହିଛନ୍ତି, ‘ମୁଁ ତାଙ୍କର ବାପ (ମେଁ ଉନ୍‌କୀ ବାପ୍‌ ଲଗ୍‌ତା ହୁଁ)।’ ପୁଅ ଗୋମାତାଙ୍କୁ ମଧ୍ୟ ଖାଦ୍ୟ ଠିକ୍‌ ଭାବେ ଦେଇପାରୁନାହାଁନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ସଲମାନ୍‌ ଖୁର୍ସିଦ୍‌ ଫାରୁଖାବାଦ ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସଭାରେ ସଲମାନ୍‌ ଖୁର୍ସିଦ୍‌ଙ୍କର ବାଟଲା ହାଉସ ଘଟଣାର ଆତଙ୍କବାଦୀମାନଙ୍କ ସହିତ ସଂପର୍କ ଥିଲା ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe