ଚାର୍ଜରେ ବସିଥିବା ବେଳେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଗଲା

ଚାର୍ଜରେ ବସିଥିବା ବେଳେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଗଲା

ନୂଆଦିଲ୍ଲୀ: ଗରମ ଦିନ ଆରମ୍ଭ ହୋଇଗଲାଣି। ଏଭଳି ସମୟରେ ଇଲେକ୍ଟ୍ରିକ ଗାଡ଼ିରେ ନିଆଁ ଲାଗିବା ଘଟଣା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ତେବେ ଇଲେକ୍ଟିକ୍ ସ୍କୁଟର ତିଆରି କରୁଥିବା କମ୍ପାନି ଓକିନାୱା ଅଟୋଟେକର ଏକ ସୋ’ରୁମରେ ନିଆଁ ଲାଗି ଯାଇଛି। ଏହି ନିଆଁରେ ୧୭ଟି ଇଲେକ୍ଟ୍ରିକ ସ୍କୁଟର ଜଳି ପାଉଁଶ ହୋଇଯାଇଛି।

ଏହି ଘଟଣା ତାମିଲନାଡୁ‌ରୁ ସାମ୍ନାକୁ ଆସିଛି। ପୋରୁର-କୁନ୍ଦରାତୁରସ୍ଥିତ ସୋ’ରୁମର ଜଣେ ଗ୍ରାହକ ନିଜର ଇ-ବାଇକର ବ୍ୟାଟେରି ଚାର୍ଜରେ ଲଗାଇଥିଲେ। ଚାର୍ଜରେ ବସିବାର କିଛି ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଧୀରେଧୀରେ  ଏହି ନିଆଁ ପୂରା ସୋ’ରୁମରେ ମାଡ଼ି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫ଟି ନୂଆ ଇଲେକ୍ଟ୍ରିକ୍ ସ୍କୁଟର ଓ ସର୍ଭିସିଂ ପାଇଁ ରଖାଯାଇଥିବା ୧୨ଟି ପୁରୁଣା ଇଲେକ୍ଟ୍ରିକ ସ୍କୁଟର ଜଳି ଯାଇଥିବା ଖବର ମିଳିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ  ପୁଲିସ ଘଟଣାସ୍ଥଳରେ ପହଞ୍ଚି  ଏକ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ନିଆଁ ଲାଗିବା ଫଳରେ ପୂରା ସୋ’ରୁମରେ ଧୁଆଁ ଭରି ଯାଇଥିଲା। ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମି ଯାଇଥିଲା। ତେବେ ‌ସୌଭା‌ଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ଲୋକଙ୍କୁ କିଛି କ୍ଷତି ପହଞ୍ଚିନାହିଁ। ସ୍ଥାନୀୟଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe