ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ୧୩,୦୦୦ଫୁଟ ଉପରକୁ ଯିବେ ୧୨ଜଣ ଯବାନ, ଏହା ରହିଛି ଉଦ୍ଦେଶ୍ୟ

Advertisment
ଓଲା ଇଲେକ୍ଟ୍ରିକ୍ ସ୍କୁଟରରେ ୧୩,୦୦୦ଫୁଟ ଉପରକୁ ଯିବେ ୧୨ଜଣ ଯବାନ, ଏହା ରହିଛି ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଲୋକଙ୍କୁ ବିଦ୍ୟୁତ୍ ଚାଳିତ ଯାନ ‌ଚଳାଇବା ପାଇଁ ଉତ୍ସାହିତ କରିବାକୁ ଓଲା କରୁଛି ବଡ଼ ପ୍ରୟାସ। କିଛି ଦିନ ତଳେ ଓଲା ନିଜର ଇଲେକ୍ଟ୍ରିକ୍ ସ୍କୁଟରକୁ ନେଇ ବିବାଦୀୟ ହୋଇପଡ଼ିଥିବା ବେଳେ ଏବେ ନିଜର ଛବି ସୁଧାରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛି ଓଲା। ଭାରତୀୟ ସେନା ସହିତ ମିଳିତ ଭାବେ ଓଲା ଇଲେକ୍ଟ୍ରିକ୍ ଏକ ଇଲେକ୍ଟ୍ରିକ୍ ସ୍କୁଟର ରାଲି ଆରମ୍ଭ କରିଛି। ଏହି ୫ଦିନିଆ ଯାତ୍ରା ହିମାଚଳ ପ୍ରଦେଶର କସୌଲିରୁ ଆରମ୍ଭ ହୋଇଛି। ଏହି ରାଲିରେ ସୂର୍ଯ୍ୟ କମାଣ୍ଡର ୧୨ଜଣ ଯବାନ ସାମିଲ ହୋଇଥିବା ବେଳେ ୫ଦିନ ମଧ୍ୟରେ ସେମାନେ ଭାରତ-ଚୀନ୍ ସୀମାରେ ଥିବା ସିପ୍କି-ଲାରେ ପହଞ୍ଚିବେ। ସିପ୍କି-ଲା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୩,୦୦୦ ଫୁଟ ଉଚ୍ଚରେ ରହିଛି।

ଏହି ରାଲିର ମୁଖ୍ୟ ରହିବେ କ୍ୟାପଟେନ ବି ରାଣା। ଏହି ରାଲିର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବୈଦ୍ୟୁତିକ ସ୍କୁଟରର ଉପଯୋଗିତାକୁ ଏକ ଉତ୍ତମ ଉପାୟରେ କହିବା। ତେବେ ଇଲେକ୍ଟ୍ରିକ୍ ସ୍କୁଟର ଦ୍ୱାରା ଏଭଳି ରାଲି ହେବା ପ୍ରଥମ। ଏହା ପୂର୍ବରୁ ଇଲେକ୍ଟ୍ରିକ୍ ସ୍କୁଟର ସହ କେହି ଏତେ କିଲୋମିଟର ଯାତ୍ରା କରିନଥିଲେ।

୧୨ ଜଣ ଯବାନ ଓଲା ସ୍କୁଟର ଏସ୧ ପ୍ରୋ ସହିତ ଏହି ଯାତ୍ରା ସମାପ୍ତ କରିବ। କସୌଲିଠାରୁ ସିପ୍କି-ଲା ପର୍ଯ୍ୟନ୍ତ ଏହି ୧୨ ଜଣ ଯବାନ ଇଲେକ୍ଟ୍ରିକ୍ ସ୍କୁଟର ଦ୍ୱାରା ପ୍ରାୟ ୩୯୩କିଲୋମିଟର ଦୂରତା ଅତିକ୍ରମ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe