ତାମିଲନାଡୁରେ ୩୨୭ ମିଲିୟନ ଡଲାର ନିବେଶ କରି ବିଶ୍ବର ସବୁଠାରୁ ବଡ଼ ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ଖୋଲିବ ଓଲା

Advertisment
ତାମିଲନାଡୁରେ ୩୨୭ ମିଲିୟନ ଡଲାର ନିବେଶ କରି ବିଶ୍ବର ସବୁଠାରୁ ବଡ଼ ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ଖୋଲିବ ଓଲା

techcrunch

ନୂଆଦିଲ୍ଲୀ: ଓଲା କାର, ଓଲା ଅଟୋ ଏବଂ ଓଲା ବାଇକ୍ ପରେ ଏବେ ବିଶ୍ବର ବଡ଼ ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ନିର୍ମାଣ କରିିବାକୁ ଯାଉଛି ଓଲା। ସବୁଠାରୁ ବଡ଼ କଥା ହେଲା ଏହି ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ଖୋଲିବା ପାଇଁ ଓଲା ଭାରତର ତାମିଲନାଡୁକୁ ଚୟନ କରିଛି । ଭାରତରେ ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ହେବା ଦ୍ବାରା ଅନେକ ବେରୋଜଗାରଙ୍କୁ ରୋଜଗାର ମିଳିବ ବୋଲି ଆଶା କରାଯାଉଛି। ଏହି ଇଲେକ୍ଟ୍ରିକ ସ୍କୁଟର ଫ୍ୟାକ୍ଟ୍ରି ପାଇଁ ଓଲା ୩୨୭ମିଲିୟନ ଡଲାର ନିବେଶ କରୁଥିବା ଜଣାପଡ଼ିଛି।

ଏହି ଫ୍ୟାକ୍ଟ୍ରି ହେବା ଦ୍ବାରା ୧୦,୦୦୦ଲୋକଙ୍କୁ ରୋଜଗାର ମିଳିବା ସହ ଏକ ବର୍ଷ ମଧ୍ୟରେ ୨ମିଲିୟନ ଇଲେକ୍ଟ୍ରିକ ସ୍କୁଟର ତିଆରି କରିବାର ଲକ୍ଷ ରଖିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ୨୦୧୬ରେ ଓଲା ନିଜର ଓଲା ବାଇକ ସୁବିଧା ଆରମ୍ଭ କରିଥିଲା। ଏହା ଦ୍ବାରା ଲୋକେ କାର ବୁକ୍ କରିବା ଭଳି ଓଲା ବାଇକ୍ ବୁକ୍ କରି କମ ମୂଲ୍ୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିଲେ। ଏହା ଦ୍ବାରା ୩୦୦,୦୦୦ଲୋକଙ୍କୁ ରୋଜଗାର ମିଳିଥିଲା।

Ola Electric plans to hire 2000 — co-founder Bhavish Aggarwal says electric two-wheeler launch soon | Business Insider India Business Insider India

ଏକ ବିବୃତିରେ ଓଲା କହିଛି ଯେ ଏହି ନୂତନ କାରଖାନା ଭାରତର ଇଲେକ୍ଟ୍ରିକ ଯାନ ଇକୋସିଷ୍ଟମରେ ଉନ୍ନତି ଆଣିବ ଏବଂ ଅନ୍ୟ ବଜାର ମଧ୍ୟରେ ୟୁରୋପ, ଏସିଆ ଏବଂ ଲାଟିନ୍ ଆମେରିକୀୟ ଗ୍ରାହକଙ୍କୁ ସେବା ଯୋଗାଇବ। ବିଶ୍ୱର ସର୍ବବୃହତ ସ୍କୁଟର କାରଖାନା ପ୍ରତିଷ୍ଠା ପାଇଁ ଆମର ଯୋଜନା ଘୋଷଣା କରି ଆମେ ଉତ୍ସାହିତ। ଏହା ଓଲା ପାଇଁ ଏକ ବଡ଼ ମାଇଲଖୁଣ୍ଟ ଏବଂ ଆମ ଦେଶ ପାଇଁ ଏକ ଗୌରବର ମୁହୂର୍ତ୍ତ।  ଏହା ଦୁନିଆର ସବୁଠାରୁ ଉନ୍ନତ କାରଖାନା ହେବ | ଏହି କାରଖାନା ବିଶ୍ୱସ୍ତରର ଉତ୍ପାଦ ଉତ୍ପାଦନ କରିବା ପାଇଁ ଭାରତର ଦକ୍ଷତା ଏବଂ ପ୍ରତିଭା ପ୍ରଦର୍ଶନ କରିବ ଯାହା ବିଶ୍ୱ ବଜାରକୁ ପୂରଣ କରିବ ବୋଲି ଓଲାର ଚେୟାରମ୍ୟାନ୍ ତଥା ଗ୍ରୁପ୍ ସିଇଓ ଭବିଶ ଅଗ୍ରୱାଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe