କୁକୁରକୁ ଖୋଜିବା ପାଇଁ ଯାଇଥିବା ବେଳେ ଖାଇରୁ ଲକ୍ଷାଧିକ ଟଙ୍କାର ପୁରୁଣା ୧୦୦୦-୫୦୦ଟଙ୍କିଆ ନୋଟ ପାଇଲେ ଗ୍ରାମବାସୀ

କୁକୁରକୁ ଖୋଜିବା ପାଇଁ ଯାଇଥିବା ବେଳେ ଖାଇରୁ ଲକ୍ଷାଧିକ ଟଙ୍କାର ପୁରୁଣା ୧୦୦୦-୫୦୦ଟଙ୍କିଆ ନୋଟ ପାଇଲେ ଗ୍ରାମବାସୀ

ନୂଆଦିଲ୍ଲୀ: ନୈନିତାଲ ସହରର ହିମାଳୟ ଦର୍ଶନ ଅଞ୍ଚଳ‌ରେ ଏକ ଜଙ୍ଗଲ ରହିଛି। ଏହି ଜଙ୍ଗଲରୁ ନିକଟରେ ଲକ୍ଷାଧିକ ଟଙ୍କାର ପୁରୁଣା ନୋଟ ମିଳିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ପହଞ୍ଚିଥିଲା। ଘଟଣାସ୍ଥଳରୁ ପୁଲିସ ସମସ୍ତ ପୁରୁଣା ନୋଟକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି।

ପର୍ଯ୍ୟଟନସ୍ଥଳ ହିମାଳୟ ଦର୍ଶନରେ ଗତ ସୋମବାର ଏକ ପୋଷାକୁକୁର ଖାଇକୁ ଖସି ପଡ଼ିଥିଲା। ଉକ୍ତ କୁକୁରକୁ ଉଦ୍ଧାର କରିବା ପାଇଁ ଗ୍ରାମବାସୀ ଖାଇକୁ ଓହ୍ଲାଇଥିଲେ। ଏଠାରେ ଯେଉଁ ଦୃଶ୍ୟ ‌ଦେଖିଥିଲେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏଠାରେ ଲକ୍ଷାଧିକ ଟଙ୍କାର ପୁରୁଣା ନୋଟ ପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହାପରେ ଗ୍ରାମବାସୀ ଏହି ନୋଟ ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏତେ ଗୁଡ଼ାଏ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସେ ସଙ୍ଗେସଙ୍ଗେ ଉକ୍ତ ସ୍ଥାନକୁ ସିଲ କରି ଘଟଣାସ୍ଥଳ‌ରେ ପଡ଼ିଥିବା ଟଙ୍କାକୁ ଜବତ କରିଥିଲା। ଜବତ ହୋଇଥିବା ଟଙ୍କା ମଧ୍ୟରେ ପୁରୁଣା ୧୦୦୦ ଓ ୫୦୦ଟଙ୍କିଆ ନୋଟ ରହିଛି। ଜବତ ଟଙ୍କା ପାଖାପାଖି ଦୁଇରୁ ତିନି ଲକ୍ଷ ଟଙ୍କା ମଧ୍ୟରେ ହେବ ବ‌ୋଲି ଅନୁମାନ କରାଯାଉଛି।

ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଏହି ନୋଟ କେଉଁଠୁ ଆସିଥିଲା, ଏହାର ମାଲିକ କିଏ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନଥିଲା। କିନ୍ତୁ ସ୍ଥାନୀୟ ଅଞ୍ଚଳର ଛୋଟପିଲା ଏହି ନୋଟ ମଧ୍ୟରୁ କିଛି ନୋଟକୁ ନେଇ ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe