ଆରବିଆଇ କରୁଛି ବଡ଼ ଯୋଜନା : ଆସନ୍ତା ମାର୍ଚ୍ଚ-ଏପ୍ରିଲ୍‌ ସୁଦ୍ଧା ବନ୍ଦ ହୋଇଯିବ ପୁରୁଣା ୫, ୧୦ ଓ ୧୦୦ ନୋଟ୍ ‌!

ଆରବିଆଇ କରୁଛି ବଡ଼ ଯୋଜନା : ଆସନ୍ତା ମାର୍ଚ୍ଚ-ଏପ୍ରିଲ୍‌ ସୁଦ୍ଧା ବନ୍ଦ ହୋଇଯିବ ପୁରୁଣା ୫, ୧୦ ଓ ୧୦୦ ନୋଟ୍ ‌!

ନୂଆଦିଲ୍ଳୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଏକ ବଡ଼ ନିଷ୍ପତ୍ତି ନେଉଥିବା ସୂଚନା ମିଳିଛି । ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି । ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ଏହି ପୁରୁଣା ନୋଟ୍‌ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି । ଦେଶର ଶୀର୍ଷ ବ୍ୟା‌ଙ୍କ୍‌ ଏହି ପୁରୁଣା ନୋଟ୍‌ଗୁଡ଼ିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି।

ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ରିଜର୍ଭ ବ୍ୟାଙ୍କ୍‌ର ଆସିଷ୍ଟାଣ୍ଡ୍‌ ଜେନେରାଲ୍‌ ମ୍ୟାନେଜର୍‌ (ଏଜିଏମ୍‌) ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟ୍‌କୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଯୋଜନା କରୁଥିବା କହିଛନ୍ତି।

ବିମୁଦ୍ରାକରଣ ସମୟରେ ଟଙ୍କାର ଅଭାବକୁ ଦୂର କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୨୦୧୯ ମସିହାରେ ନୂଆ ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ର ପ୍ରଚଳନ ଆରମ୍ଭ କରିଥିଲା। କୌଣସି ପ୍ରକାରର ଅସୁବିଧା ନଆସୁ ବ‌ୋଲି ଚିନ୍ତା କରି ରିଜର୍ଭ ବ୍ୟାଙ୍କ୍‌ ପୁରୁଣା ନୋଟ୍‌କୁ ସ୍ଥାୟୀ ଭାବେ ପ୍ରତ୍ୟାହାର ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନୂଆ ନୋଟ୍‌ର ପ୍ରଚଳନ କରାଇଥିବା ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ,୨୦୧୬ ମସିହା ନଭେମ୍ବର ୮ ତାରିଖ ରାତି ୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ପୁରୁଣା ୫୦୦ ଓ ୧୦୦ ଟଙ୍କିଆ ନୋଟ୍‌କୁ ଅଚଳ କରି  ବିମୁଦ୍ରାୟନ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe