ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍‌

ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍ ଅଚଳ ହେବା ଖବର ଗୁଜବ, ସ୍ପଷ୍ଟ କଲା ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ପୁରୁଣା ୫, ୧୦ ଓ ୧୦୦ ଟଙ୍କାର ନୋଟ୍‌କୁ ବଜାରରୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଚିନ୍ତା କରୁଥିବା ଜଣାପଡ଼ିଛି ବୋଲି ନିକଟରେ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା। ମାତ୍ର ଏହି ଖବରକୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆର୍‌ବିଆଇ) ଗୁଜବ‌ ଅଟେ ବୋଲି ଏକ ଟ୍ବିଟ୍‌ କରି ସୂଚନା ଦେଇଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଟ୍ବିଟ୍‌ କରି ଲେଖିଛି ଯେ ‘ନିକଟ ଭବିଷ୍ୟତରେ ପୁରୁଣା ୫, ୧୦ ଓ ୧୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ଖବର ପ୍ରକାଶ ପାଇଥିଲା। ଆମେ ନିଶ୍ଚିତ କରୁଛୁ ଯେ ଏହି ଖବର ଏକ ଗୁଜବ‌ ।’

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିଲା କି ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ଏହି ପୁରୁଣା ନୋଟ୍‌ଗୁଡ଼ିକ ପୂରାପୂରି ଅଚଳ ହୋଇଯିବ ବୋଲି ପ୍ରସ୍ତାବ ରହିଛି । ଦେଶର ଶୀର୍ଷ ବ୍ୟା‌ଙ୍କ୍‌ ଏହି ପୁରୁଣା ନୋଟ୍‌ଗୁଡ଼ିକୁ ସ୍ଥାୟୀ ଭାବେ ପ୍ରତ୍ୟାହାର କରିବା ପାଇଁ ଯୋଜନା କରୁଛି।

ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ରିଜର୍ଭ ବ୍ୟାଙ୍କ୍‌ର ଆସିଷ୍ଟାଣ୍ଡ୍‌ ଜେନେରାଲ୍‌ ମ୍ୟାନେଜର୍‌ (ଏଜିଏମ୍‌) ବି ମହେଶ ଜିଲ୍ଲାସ୍ତରୀୟ ସୁରକ୍ଷା କମିଟି ଏବଂ ଜିଲ୍ଲା ସ୍ତରୀୟ ମୁଦ୍ରା ପରିଚାଳନା କମିଟିର ଏକ ବୈଠକରେ ଚଳିତବର୍ଷ ମାର୍ଚ ଓ ଏପ୍ରିଲ୍‌ ସୁଦ୍ଧା ପୁରୁଣା ୫, ୧୦ ଓ ୧୦୦ ନୋଟ୍‌କୁ ପ୍ରତ୍ୟାହାର କରିବାକୁ ଆର୍‌ବିଆଇ ଯୋଜନା କରୁଥିବା କହିଥିଲେ। ମାତ୍ର ବ‌ାସ୍ତବରେ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସେପରି କୌଣସି ନିଷ୍ପତ୍ତି ହୋଇ ନାହିଁ ବୋଲି ବ୍ୟାଙ୍କ୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe