ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣ ଉତ୍କଟ ସ୍ତରରେ ପହଞ୍ଚିବା ଯୋଗୁ ସୁପ୍ରିମ୍ କୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଦୂଷଣ ହ୍ରାସ ପାଇଁ ପୁରୁଣା ଗାଡ଼ି ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ ଗାଡ଼ି ଏବଂ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ପେଟ୍ରୋଲ୍ ଗାଡ଼ିଗୁଡ଼ିକୁ ନିଷେଧ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଗାଡ଼ିଗୁଡ଼ିକର ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲ୍ଲୀରେ ପୁରୁଣା ଗାଡ଼ି ନିଷେଧ
Advertisment
Follow Us