ଅନ୍ତିମ ସଂସ୍କାର ପ୍ରସ୍ତୁତି ସମୟରେ ଛିଞ୍ଚାଗଲା ଗଙ୍ଗା ପାଣି, ଜିଇଁ ଉଠିଲେ ବୃଦ୍ଧା

41600f84-fab2-4964-bcf9-8cbab71f994c

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଝାନ୍ସିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବୃଦ୍ଧା ମହିଳାଙ୍କ ମୃତ୍ୟୁ ହୋଇଯିବା ପରେ ପରିବାରଲୋକ ତାଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି କରୁଥିବା ବେଳେ ହଠାତ ଏକ ଚମତ୍କାର ଘଟଣା ଘଟିଥିଲା। ପରିବାରଲୋକଙ୍କ ଆଖିରେ ଦୁଃଖର ଲୁହ ବଦଳରେ ଖୁସିର ଲୁହ ଝରିବାକୁ ଲାଗିଥିଲା। 

ଏହି ଘଟଣାଟି ଝାନ୍ସିର ସିପ୍ରି ବଜାର ଥାନା ଅଞ୍ଚଳର ଭୋଜଲା ଗ୍ରାମରେ ଘଟିଛି। ଏଠାରେ ବସବାସ କରୁଥିବା ୯୦ ବର୍ଷୀୟ ମାୟା ଦେବୀ ତାଙ୍କ ପରିବାର ବସବାସ କରନ୍ତି। 

ମାୟା ଦେବୀଙ୍କ ପରିବାରଲୋକଙ୍କ କହିବା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ୯୦ ବର୍ଷୀୟା ମାୟା ଦେବୀ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ସମଗ୍ର ଶରୀର ଥଣ୍ଡା ହୋଇଯାଇଥିଲା। ଆମେ ତାଙ୍କୁ ବହୁତ ସମୟ ଧରି ଉଠାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ, ସେ ଉଠିଲେ ନଥିଲେ। ଏହା ପରେ ପଡ଼ୋଶୀରେ ରହୁଥିବା ଜଣେ କମ୍ପାଉଣ୍ଡରଙ୍କୁ ଡାକି ନାଡ଼ି ଯାଞ୍ଚ କରାଇଥିଲୁ। ଯାଞ୍ଚ ପରେ କମ୍ପାଉଣ୍ଡର ବୃଦ୍ଧ ମା’ଙ୍କୁ ମୃତ ଘୋଷଣା କରିଥିଲେ। 

ଏହାପରେ ଆମେ ମା’ଙ୍କ ମୃତ୍ୟୁ ବିଷୟରେ ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ଜଣାଇଥିଲୁ। ଖବର ପାଇ ସମସ୍ତେ ଆସି ଘରେ ପହଞ୍ଚିଥିଲେ। ପରିବାରଲୋକେ ଶେଷକୃତ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ପରେ, ଯେତେବେଳେ ମା’ଙ୍କ ଶରୀରରେ ଗଙ୍ଗା ଜଳ ଛିଞ୍ଚାଗଲା, ହଠାତ୍ ମା’ଙ୍କ ଶରୀର ସକ୍ରିୟ ହୋଇଗଲା। ସେ ପୁଣିଥରେ ନିଶ୍ୱାସ-ପ୍ରଶ୍ବାସ ନେବା ଆରମ୍ଭ କରିଥିଲେ। ଏହି ଘଟଣାକୁ ଆମେ କେହି ବି ଆଜି ପର୍ଯ୍ୟନ୍ତ ବିଶ୍ବାସ କରି ପାରୁ ନାହୁଁ। ମୃତ ମା’ ପୁଣି ଆମ ପାଖକୁ ଫେରି ଆସି ଥିବାରୁ ଆମେ ସମସ୍ତେ ନିଜକୁ ଭାଗ୍ୟବାନ ମନେ କରୁଛୁ।

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଡାକ୍ତରମାନେ କହିଛନ୍ତି ଯେ ଏହା ସମ୍ଭବ ନୁହେଁ, ଯଦି ଜଣେ ଡାକ୍ତର କୌଣସି ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଛନ୍ତି ତେବେ ସେ ପୁଣିଥରେ କଦାପି ଜିଇଁ ଉଠିବେ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe