ବିଶ୍ବର ସବୁଠୁ ବୟସ୍କ ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ବୟସ ଥିଲା ୧୧୭

Advertisment
ବିଶ୍ବର ସବୁଠୁ ବୟସ୍କ ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ବୟସ ଥିଲା ୧୧୭

ମାଡ୍ରିଡ୍: ବିଶ୍ୱର ସବୁଠାରୁ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ଆମେରିକୀୟ ବଂଶୋଦ୍ଭବ ଥିଲେ ମଧ୍ୟ ସ୍ପେନରେ ରହୁଥିଲେ। ତାଙ୍କ ନାମ ମାରିଆ ବ୍ରାନ୍ୟାସ ଏବଂ ତାଙ୍କୁ ୧୧୭ ବର୍ଷ ବୟସ ହୋଇଥିଲା । ମଙ୍ଗଳବାର ତାଙ୍କ ପରିବାର ଲୋକେ ତାଙ୍କ ମୃତ୍ୟୁ ସଂପର୍କରେ ସୂଚନା ଦେଇଛନ୍ତି।

ବ୍ରାନ୍ୟାସଙ୍କ 'ଏକ୍ସ' ଆକାଉଣ୍ଟରେ ତାଙ୍କ ପରିବାର ଲେଖିଛନ୍ତି, ମାରିଆ ବ୍ରାନ୍ୟାସ୍ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ। ସେ ଯେଉଁ ଭଳି ଯିବାକୁ ଚାହୁଁଥିଲେ, ସେହି ରାସ୍ତାରେ ଚାଲିଗଲେ। ସମ୍ପୂର୍ଣ୍ଣ ଶାନ୍ତ, ଚିର ନିଦ୍ରାରେ ଏବଂ ବିନା ଯନ୍ତ୍ରଣାରେ । '

ଗତବର୍ଷ ଫ୍ରାନ୍ସର ନନ୍ ଲୁସିଲେ ରାଣ୍ଡନଙ୍କ ମୃତ୍ୟୁ ପରେ ଜେରାଣ୍ଟୋଲୋଜି ରିସର୍ଚ୍ଚ ଗ୍ରୁପ୍ ବ୍ରାନିଆସଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ବୋଲି ବର୍ଣ୍ଣନା କରିଥିଲା। ଏହି ଗ୍ରୁପ୍ ରେ ୧୧୦ ବର୍ଷ ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ବିବରଣୀକୁ ପ୍ରମାଣିତ କରିଥାଏ ।

ବ୍ରାନ୍ୟାସ ୧୯୦୭ ମସିହା ମାର୍ଚ୍ଚ ୪ ତାରିଖରେ ସାନ୍ ଫ୍ରାନ୍ସିସ୍କୋରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟ ଥିବା ବେଳେ ତାଙ୍କ ପରିବାର ସ୍ପେନକୁ ଫେରିଆସିଥିଲେ । ମୃତ୍ୟୁ ବେଳକୁ ବ୍ରାନ୍ୟାସ କାତାଲାନ ପ୍ରଦେଶର ଓଲୋଟ ସହରର ଏକ ନର୍ସିଂହୋମରେ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe