ଦିଲ୍ଲୀରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

Advertisment
ଦିଲ୍ଲୀରେ ୮୭ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ମହିଳାଙ୍କ ପ୍ରତି ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଭୟାନକ ଘଟଣାରେ ରବିବାର ଦିନ ଦିଲ୍ଲୀର ତିଲକ ନିଗରରେ ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଖବରରୁ ଜଣାପଡ଼ିଛି, ପୀଡିତା ତାଙ୍କ ୬୫ ବର୍ଷୀୟା ଝିଅ ସହ ରହନ୍ତି। ରବିବାର ଅପରାହ୍ନରେ ଝିଅ ବୁଲିବାକୁ ଯାଇଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଘରେ ପଶି ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ। ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଝିଅ ଘରକୁ ଫେରି ଦେଖିଥିଲେ ମା’ଙ୍କ ପୋଷାକ ଚିରି ଯାଇଥିଲା ଏବଂ ତାଙ୍କର ରକ୍ତସ୍ରାବ ହେଉଥିଲା। ତେବେ ବୃଦ୍ଧାଙ୍କ ଝିଅ ମୋବାଇଲ ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ପୁନର୍ବାର ସେ ଥାନାକୁ ଯାଇ ତାଙ୍କ ମାଆଙ୍କୁ ‌ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe