Image Courtesy of Zee News
ନୂଆଦିଲ୍ଲୀ: ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳର ଏବଂ ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହଁନ୍ତି, ନେପାଳର ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଏହି ବିବାଦୀୟ ବୟାନ ପୁଣି ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ପୂର୍ବରୁ ନେପାଳ ଭାରତର ଲିପୁଲେଖ, କଳାପାଣି, ଲିମ୍ପ୍ୟାଧୁରାକୁ ନେପାଳ ନିଜର ମାନଚିତ୍ରରେ ଦର୍ଶାଇ ବିବାଦ ସୃଷ୍ଟି କରିଥିଲା। ନେପାଳ ଜାରି କରିଥିବା ଏହି ନୂତନ ମାନଚିତ୍ରକୁ ନେପାଳ ସଂସଦ ମଞ୍ଜୁର କରିଥିଲା। ଭାରତର ଏହି ୩ଟି ଭୂଖଣ୍ଡକୁ ନିଜର ଦାବି କରିବା ପରେ ଏବେ ଅଯୋଧ୍ୟା ଏବଂ ପ୍ରଭୁ ରାମଚନ୍ଦ୍ରଙ୍କୁ ତାଙ୍କର ବୋଲି କହି ପ୍ରଧାନମନ୍ତ୍ରୀ ଓଲି ନୂଆ ବିବାଦ ସୃଷ୍ଟି କରିଛନ୍ତି। ସେହିଭଳି ଗତ ସପ୍ତାହରେ ନେପାଳ ସରକାର କେବଳ ଦୂରଦର୍ଶନ ବ୍ୟତୀତ ସମସ୍ତ ଭାରତୀୟ ଘରୋଇ ନ୍ୟୁଜ୍ ଚ୍ୟାନେଲ ପ୍ରସାରଣକୁ ବନ୍ଦ କରିଦେଇଛନ୍ତି। ଏହା ଫଳରେ ନେପାଳ ଓ ଭାରତ ମଧ୍ୟରେ ସର୍ମ୍ପକ ତିକ୍ତ ହେବାରେ ଲାଗିଛି।
Follow Us