ଗୋଡ଼ାଇ ଗୋଡ଼ାଇ ରାସ୍ତାରେ ଚୋରକୁ ମାଡ଼ି ବସିଲା ପୁଲିସ

ଗୋଡ଼ାଇ ଗୋଡ଼ାଇ ରାସ୍ତାରେ ଚୋରକୁ ମାଡ଼ି ବସିଲା ପୁଲିସ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୃଶ୍ୟ ପରି ଜଣେ ମାଙ୍ଗାଲୁରୁ ପୁଲିସ ଚୋରକୁ ସେପର୍ଯ୍ୟନ୍ତ ଗୋଡ଼ାଇଥିଲେ ଯେପର୍ଯ୍ୟନ୍ତ ତାକୁ ଧରି ନଥିଲେ। ସହରର ଗଳି ଓ ରାସ୍ତାରେ ଖୁବ ଗୋଡ଼ାଇବା ପରେ ପୁଲିସ ଜଣେ ମୋବାଇଲ୍ ଚୋରି ଧରିବାରେ ସକ୍ଷମ ହୋଇଥି‌ଲା।

ଗତ ବୁଧବାର ଦିନ ନେହେରୁ ମୈଦାନ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଚୋରି କରି ଚୋର ଫେରାର ହୋଇଯାଇଥିବା ସୂଚନା ମିଳିବା ପରେ ମାଙ୍ଗାଲୁରୁ ପୁଲିସ ଆକସନ ମୋଡକୁ ଆସିଥିଲା। କାରକୁ ତଳକୁ ଓହ୍ଲାଇ ଚୋରକୁ ଧରିବା ପାଇଁ ଗୋଡ଼ାଇ ଥିଲା।

ସାହସ ନହରାଇ ପୁଲିସ ଉକ୍ତ ଚୋରର ପିଛା କରିଥିଲା। ସହରର ଗଳି ଠାରୁ ଆରମ୍ଭ କରି ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଶେଷରେ ପୁଲିସ ଚୋରକୁ କାବୁ କରିବାରେ ସଫଳ ହୋଇଥିଲା। ଚୋରକୁ ଧରିବା ପରେ  ରାସ୍ତାରେ ଶୁଆଇ ତାକୁ ପୁଲିସ ମାଡ଼ି ବସିଥିଲା। ଏହାପରେ ଉକ୍ତ ଚୋରକୁ ଘଟଣାସ୍ଥଳକୁ ଗିରଫ କରି ଥାନାକୁ ନିଆଯାଇଥିଲା।

ଏହି ଘଟଣା ବାସ୍ତବରେ ଘଟିଥିଲେ ହେଁ ‌ଯେମିତି କୌଣସି ସିନେମାର ସୁଟିଂ ଚାଲିଛି ସେମିତି ଲାଗିଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚୋରି ହୋଇଥିବା ମୋବାଇଲକୁ ଚୋର ଠାରୁ ଜବତ କରାଯାଇଛି। ଧରାପଡ଼ିଥିବା ଚୋର ସହିତ ସମ୍ପୃକ୍ତ ଥିବା ତାର ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଚୋରକୁ ଧରିବା ପାଇଁ ପୁଲିସର ଏଭଳି ଷ୍ଟାଇଲକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe