ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ନ୍ୟାୟ ମାଗୁଛନ୍ତି ବଲିଉଡ ଷ୍ଟାର

Advertisment
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ନ୍ୟାୟ ମାଗୁଛନ୍ତି ବଲିଉଡ ଷ୍ଟାର

କୋଲକାତା: ଆର୍‌ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି। ଅନେକ ଲୋକ ପୀଡ଼ିତାଙ୍କୁ ନ୍ୟାୟ ଦାବି କରି ରାଜରାସ୍ତାକୁ ଓହ୍ଲାଇ ଆସିଛନ୍ତି। ଲୋକେ ମହିଳା ଡାକ୍ତରମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ଏହି କ୍ରମରେ ଅନୁପମ ଖେର, ହ୍ରିତିକ ରୋଶନ, ପ୍ରିୟଙ୍କା ଚୋପ୍ରା, ତମନ୍ନା ଭାଟିଆ, କରଣ ଜୋହର, କାଲକି କୋଚଲିନ୍ ଏବଂ କ୍ରିତି ସାନନଙ୍କ ଭଳି ଅନେକ ବଲିଉଡ ତାରକା ସୋସିଆଲ ମିଡିଆ ମାଧ୍ୟମରେ କୋଲକାତା ଦୁଷ୍କର୍ମ ମାମଲାକୁ କେନ୍ଦ୍ର କରି ନିଜନିଜର ପ୍ରତିକ୍ରିୟା ଦେଇଛନ୍ତି।

ଅଭିନେତା ଅନୁପମ ଖେର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ କୋଲକାତା ଦୁଷ୍କର୍ମ-ହତ୍ୟା ମାମଲାରେ ଭାବପ୍ରବଣ ହୋଇ ପଡ଼ିଥିବାର ନଜର ଆସିଛନ୍ତି। ସେ ଅପରାଧୀ ଉପରେ କ୍ରୋଧିତ ହୋଇ ନ୍ୟାୟ ପାଇଁ ସ୍ୱର ଉତ୍ତୋଳନ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ସେହିପରି ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଦେଶ ସ୍ୱାଧୀନ ହେବାର ୭୮ ବର୍ଷ ପରେ ମଧ୍ୟ ଦେଶରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଯାହା ଆପଣମାନେ ଘଟୁଥିବା ଘଟଣାରୁ ସ୍ପଷ୍ଟ ଭାବେ ଅନୁମାନ କରି ପାରୁଥିବେ। କୋଲକାତା ଦୁଷ୍କର୍ମ-ହତ୍ୟା ଘଟଣାର ପୀଡ଼ିତା ଓ ତାଙ୍କ ପରିବାରକୁ ନିଶ୍ଚୟ ନ୍ୟାୟ ଦରକାର।

ପ୍ରିୟଙ୍କା ଚୋପ୍ରା ବିଦେଶରେ ଥିଲେ ମଧ୍ୟରେ ଭାରତରେ ଚାଲିଥିବା ପ୍ରତ୍ୟେକ ପ୍ରସଙ୍ଗ ବିଷୟରେ ସେ ଅବଗତ ଥାଆନ୍ତି। ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମରେ କୋଲକାତା ଦୁଷ୍କର୍ମ ପୀଡିତାଙ୍କ ସହ ଜଡିତ ଏକ ପୋଷ୍ଟ ସେୟାର କରି ଦୁଃଖ ବ୍ୟକ୍ତ କରିଛନ୍ତି।

ଅଗଷ୍ଟ ୧୫ ଅବସରରେ ପୋଷ୍ଟ କରିବାବେଳେ କ୍ରିତି ସାନନ୍ ପ୍ରଶ୍ନ କରିଛନ୍ତି ଯେ ଯଦି ମହିଳାମାନଙ୍କର ମୌଳିକ ସୁରକ୍ଷା ନାହିଁ ତେବେ ଦେଶ ପ୍ରକୃତରେ ସ୍ୱାଧୀନ ହୋଇପାରିଛି କି?

ବଲିଉଡ ତାରକା ହ୍ରିତିକ ରୋଶନ ମଧ୍ୟ ଏକ୍ସରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,‘ ମୁଁ ପୀଡ଼ିତାଙ୍କ ପରିବାର ସହିତ ସେମାନଙ୍କ ଝିଅର ନ୍ୟାୟ ଦାବିରେ ଛିଡା ହୋଇଛି।

ଏପରି ଭାବେ ଅନ୍ୟ ବଲିଉଡ ତାରକାଙ୍କ ଠାରୁ ଆରମ୍ଭ କରି ରାଜନେତା, ଶିଳ୍ପପତି ଓ ସ‌ାଧାରଣଲୋକ ପୀଡ଼ିତାଙ୍କ ପରିବାର ସହିତ ଛିଡା ହୋଇ ନ୍ୟାୟ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe