ନୂଆଦିଲ୍ଲୀ: ତୁର୍କୀର ସୁଟର ୟୁସୁଫ ଡିକେକ ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଐତିହାସିକ ରୌପ୍ୟ ପଦକ ହାସଲ କରିଛନ୍ତି। ତେବେ ତାଙ୍କ ଖେଳିବାର ଶୈଳୀ ବେଶ ଚର୍ଚ୍ଚାର ପରିସରରେ ରହିଛି।
ରୌପ୍ୟ ପଦକ ଜିତିବା ପରେ ୟୁସୁଫ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛନ୍ତି। ବଲିଉଡ ଅଭିନେତା ଆଦିଲ ହୁସୈନ ଓ ୟୁସୁଫ ଡିକେକ ଦେଖିବାକୁ ଏକା ଭଳି ଦିଶୁଥିବା ହେତୁ ଜଣେ ଏକ୍ସ ବ୍ୟବହାରକାରୀ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆଦିଲ ହୁସୈନ ଅଲିମ୍ପିକ୍ସ ୨୦୨୪ରେ ତୁର୍କୀ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ସେଥିପାଇଁ ଅନେକ ଅନେକ ଶୁଭେଚ୍ଛା ।’ ଏହି ପୋଷ୍ଟ ଦେଖିବା ପରେ ଅଭିନେତା ଆଦିଲ ହୁସୈନ ମଜାଳିଆ ଉତ୍ତର ଦେଇ କହିଥିଲେ, ‘ ଏବେ ବି ସମୟ ଅଛି ଅଭ୍ୟାସ ପାଇଁ।’
ସୋସିଆଲ ମିଡିଆରେ ୟୁସୁଫ ଭାଇରାଲ ହେବାପରେ ସେ ବି ସୋସିଆଲ ମିଡିଆରେ ସକ୍ରିୟ ହୋଇଯାଇଛନ୍ତି। ସେ ନିକଟରେ ଏକ୍ସରେ ନିଜର ଏକ ଆକାଉଣ୍ଟ ଖୋଲି ଏଲନ ମସ୍କଙ୍କୁ ଏକ ପ୍ରଶ୍ନ କରିଥିଲେ। ଯାହାର ଉତ୍ତର ବି ସେ ପାଇଯାଇଛନ୍ତି।
ୟୁସୁଫ ଏକ୍ସର ମାଲିକ ଏଲନ ମସ୍କଙ୍କୁ ପ୍ରଶ୍ନ କରିଥିଲେ କି କ’ଣ ଭବିଷ୍ୟତରେ ଅଲିମ୍ପିକ୍ସର ଇଭେଣ୍ଟରେ ରୋବୋଟ ପକେଟରେ ହାତ ପୁରାଇ ଖେଳିବା ପରେ ମେଡେଲ ଜିତି ପାରିବ କି?
ୟୁସୁଫଙ୍କ ପୋଷ୍ଟର ଉତ୍ତର ଦେଇ ଏଲନ ମସ୍କ ଲେଖିଥିଲେ, ‘ରୋବୋଟ ପ୍ରତିଥର ସୁଟିଂ ଟାର୍ଗେଟ କେନ୍ଦ୍ରରେ ତାର ଲକ୍ଷ୍ୟଭେଦ କରିବ।’
Follow Us