Image Source: Hindustan Times
ନୂଆଦିଲ୍ଲୀ: ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହଓ୍ଵାଲ୍।
ସେ କହିଛନ୍ତି ଯେ ତାଙ୍କ ପାଇଁ ଆଜି ଦିନଟି ଗୁରୁତ୍ୱପୂର୍ଣ୍ଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି କଠିନ ପରିଶ୍ରମୀ ଲୋକମାନଙ୍କୁ ମୁଁ ସର୍ବଦା ପ୍ରଶଂସା କରେ। ମୋତେ ସୁଯୋଗ ଦେଇଥିବାରୁ ମୁଁ ବିଜେପି ନିକଟରେ କୃତଜ୍ଞ। ମୋତେ ମିଳିବାକୁ ଥିବା ନୂତନ ଦାୟିତ୍ୱକୁ ମୁଁ ଅପେକ୍ଷା କରିଛି।
ନେହଓ୍ଵାଲ୍ଙ୍କ ବଡ଼ ଭଉଣୀ ଚନ୍ଦ୍ରାଂଶୁ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।
ଦଳର ଜାତୀୟ ସଚିବ ଅରୁଣ ସିଂହ ସାଇନାଙ୍କୁ ବିଜେପିରେ ସାମିଲ କରାଇ କହିଛନ୍ତି: ଦେଶ ପାଇଁ ପୁରସ୍କାର ଆଣିଥିବା ନେହଓ୍ଵାଲ୍ଙ୍କ ପାଇଁ ଭାରତ ଗର୍ବିତ। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ୍ରେ ସେ କାଂସ୍ୟ ପଦକ ଜିଣିଥିଲେ। ସେ ହେଉଛନ୍ତି ବ୍ୟାଡ୍ମିଣ୍ଟନ୍ ଖେଳରେ ଅଲିମ୍ପିକ୍ ପଦକ ଜିଣିଥିବା ପ୍ରଥମ ଭାରତୀୟ। କମନ୍ େଓ୍ଵଲ୍ଥ୍ ଗେମ୍ସ୍ରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି।
Image Source: The Times of Indiaପରେ ନେହଓ୍ଵାଲ୍ ଓ ତାଙ୍କ ଭଉଣୀ ପିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କୁ ଭେଟିଥିଲେ।
୨୯ ବର୍ଷୀୟ ନେହଓ୍ଵାଲ୍ ଏ ପର୍ଯ୍ୟନ୍ତ ୧୪ଟି ପ୍ରମୁଖ ଟାଇଟଲ୍ ହାସଲ୍ କରିଛନ୍ତି। ସାଥୀ ବ୍ୟାଡ୍ମିଣ୍ଟନ୍ ଖେଳାଳି ପରୁପଲ୍ଲୀ କଶ୍ୟପଙ୍କୁ ସେ ହାଇଦ୍ରାବାଦରେ ୨୦୧୮ରେ ବିବାହ କରିଛନ୍ତି।
Follow Us