ପ୍ୟାରିସରେ ଖେଳ ଆରମ୍ଭ ପୂର୍ବରୁ ଚର୍ଚ୍ଚାରେ ଅଲିମ୍ପିକ୍ସର ସଫଳ ଦମ୍ପତି

Advertisment
ପ୍ୟାରିସରେ ଖେଳ ଆରମ୍ଭ ପୂର୍ବରୁ ଚର୍ଚ୍ଚାରେ ଅଲିମ୍ପିକ୍ସର ସଫଳ ଦମ୍ପତି

ନୂଆଦିଲ୍ଲୀ: ପ୍ୟାରିସରେ ଜୁଲାଇ ୨୬ରୁ ଅଲିମ୍ପିକ୍ସ ଖେଳ ଆରମ୍ଭ ହେବ ଏବଂ ଦୁନିଆର ବିଭିନ୍ନ ଦେଶର ଖେଳାଳିମାନେ ଏହି କୁମ୍ଭ କ୍ରୀଡାରେ ଅଂଶଗ୍ରହଣ କରିବେ। ଖେଳ ଆରମ୍ଭ ହେବାପୂର୍ବରୁ ଅଲମ୍ପିକ୍ସର ସଫଳ ଦମ୍ପତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଦମ୍ପତିଙ୍କ ନାମ ଜେସନ କେନି ଓ  ଲୋରା।

ଜେସନ କେନି ଇଂଲଣ୍ଡର ଜଣେ ପୂର୍ବତନ ଟ୍ରାକ୍ ସାଇକେଲ ଚାଳକ ରହିଥିବା ସହିତ ଜଣେ ଇଣ୍ଡିଭିଜୁଆଲ ଏବଂ ଟିମ ସ୍ପ୍ରିଣ୍ଟ ବିଶେଷଜ୍ଞ ମଧ୍ୟ। କେନି ଅଲମ୍ପିକ୍ସ କ୍ରୀଡାରେ ୯ଟି ପଦକ ଜିତି ସାରିଛନ୍ତି । ସେଥିମଧ୍ୟରୁ ୭ଟି କେବଳ ସ୍ୱର୍ଣ୍ଣ ପଦକ  ରହିଛି।

କେବଳ ଏତିକି ନୁହେଁ ଜେସନ କେନିଙ୍କ ଧର୍ମପତ୍ନୀ ଲୋରା ମଧ୍ୟ ଜଣେ ପୂର୍ବତନ ବ୍ରିଟିଶ୍ ସାଇକେଲିଷ୍ଟ । ଲୋରା ତାଙ୍କ କ୍ରୀଡା କ୍ଷେତ୍ରରେ ୬ଟି ପଦକ ଜିତିଛନ୍ତି । ୬ଟି ପଦକ ମଧ୍ୟରେ ଲୋରା ୫ଟି ସ୍ୱର୍ଣ୍ଣ ପଦକ ପ୍ରାପ୍ତ କରିଛନ୍ତି।ୟ

ଜେସନ ଓ କେନି କିଛିଦିନ ପ୍ରେମ ସମ୍ପର୍କରେ ରହିବା ପରେ  ୨୦୧୬ରେ ହୋଇଥିବା ରିଓ ଅଲମ୍ପିକ୍ସ ପରେ ଜିସନ ଓ ଲୋରା ବିବାହ କରିଥିଲେ । ୨୦୧୨ ଅଲମ୍ପିକ୍ସ ସମୟରେ ଭଲିବଲ ଖେଳରେ ଦୁହେଁ ଦୁହିଁଙ୍କୁ ଚୁମ୍ବନ କରିବାର ଦେଖିବାକୁ ମିଳିଥିଲା। ଏହି ଚୁମ୍ବନ ଫଟୋ ସେ ସମୟରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe