ଅର୍ଶଦ ନାଦିମକୁ ସେ ବି ଆମ ପୁଅ ବୋଲି କହିଥିବା ମାଆଙ୍କ ବୟାନ ଉପରେ ଏଭଳି ମତ ଦେଲେ ନୀରଜ

Advertisment
ଅର୍ଶଦ ନାଦିମକୁ ସେ ବି ଆମ ପୁଅ ବୋଲି କହିଥିବା ମାଆଙ୍କ ବୟାନ ଉପରେ ଏଭଳି ମତ ଦେଲେ ନୀରଜ

www.indiatoday.in

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ଜାଭେଲିନ୍ ପୋଡିୟମରେ ପାକିସ୍ତାନ-ଭାରତ ୧-୨ ପରେ ପରେ ପାକିସ୍ତାନୀ ଖେଳାଳି ଅର୍ଶଦ ନାଦିମ ବିଜୟୀ ହୋଇଥିଲେ। ସେ ବିଜୟୀ ହେବା ପରେ ନୀରଜ ଚୋପ୍ରାଙ୍କ ଗଣମାଧ୍ୟମରେ ଦେଇଥିବା ଏକ ବୟାନ ଖୁବ୍ ଚର୍ଚ୍ଚା ପାଲଟିଛି। ନୀରଜଙ୍କ ମାଆ‌ ତାଙ୍କ ପୁଅ ରୌପ୍ୟ ପଦକ ପାଇବା ପରେ କହିଥିଲେ, ‘‘ଯିଏ ସ୍ବର୍ଣ୍ଣ ପଦକ ଜିତିଛି ସେ ମଧ୍ୟ ଆମର ପିଲା।’’

ଏ ସଂପର୍କରେ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା କରି ନୀରଜ କହିଛନ୍ତି ଯେ ତାଙ୍କ ମା ସୋସିଆଲ ମିଡିଆରେ ଯାହା ଘଟୁଛି ତାହା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ ଏବଂ ସେ ଯାହା ଠିକ୍ ମନେ କରନ୍ତି ତାହା ସର୍ବଦା କୁହନ୍ତି।

ଗୁରୁବାର ଦିନ ନୀରଜ ଚୋପ୍ରାଙ୍କ ମା ସରୋଜ ଦେବୀଙ୍କୁ ପଚରାଯାଇଥିଲା ଯେ ପାକିସ୍ତାନର ଅର୍ଶଦ ନାଦିମ ତାଙ୍କ ପୁଅଠାରୁ ଆଗରେ ରହି ସ୍ୱର୍ଣ୍ଣ ପଦକ ନେଇଛନ୍ତି। ଏକ ହୃଦୟସ୍ପର୍ଶୀ ପ୍ରତିକ୍ରିୟା ସହିତ ନୀରଜଙ୍କ ମାଆ ସଭିଙ୍କ ହୃଦୟ ଜିତି ନେଇଥିଲେ।

ଏହାକୁ ନେଇ ନୀରଜ କୁହନ୍ତି "ସେ ଏକ ଗ୍ରାମରେ ରୁହନ୍ତି। ଯେଉଁଠାରେ ସୋସିଆଲ ମିଡିଆ ଏବଂ ଟେଲିଭିଜନରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଖବର ଦ୍ୱାରା ସେ ପ୍ରଭ‌ାବିତ ନୁହଁନ୍ତି। ତାଙ୍କ ଭିତରେ ଜଣେ ମାତାର ଭାବନା ରହିଛି। ସେ କେବଳ କଥା କୁହନ୍ତି ଏବଂ ହୃଦୟର କଥା କୁହନ୍ତି।’’
ସେ ଆହୁରି ମଧ୍ୟ କହିଛନ୍ତି, "ସେ ଜଣେ ମା'ର ହୃଦୟରୁ କଥା ହୁଅନ୍ତି। କିଛି ଲୋକ ହୁଏତ ଏହାକୁ ଅଜବ ମନେ କରିଥିବେ, କିଛି ଲୋକ ଏହାକୁ ପସନ୍ଦ ବି କରିଥିବେ।" ବୋଲି ନୀରଜ କଥାବାର୍ତ୍ତା ବେଳେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe