ଓମ ବିର୍ଲା ଲୋକସଭାର ନୂତନ ବାଚସ୍ପତି, ସମର୍ଥନ ଦେଲା ବିଜେଡି

Advertisment
ଓମ ବିର୍ଲା ଲୋକସଭାର ନୂତନ ବାଚସ୍ପତି, ସମର୍ଥନ ଦେଲା ବିଜେଡି

Jagran Josh

ନୂଆଦିଲ୍ଲୀ : ୧୭ତମ ଲୋକସଭାର ନୂତନ ବାଚସ୍ପତି ରୂପେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ଓମ ବିର୍ଲା। ସର୍ବସମ୍ମତି କ୍ରମେ ସେ ଭୋଟରେ ନିର୍ବାଚିତ ହୋଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ବାଚସ୍ପତି ପାଇଁ ଓମ ବିର୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏହାକୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ସମର୍ଥନ କରିଥିଲେ। ଏନଡିଏ ସମର୍ଥିତ ଦଳ ଓ ଅନ୍ୟ ଦଳ ସହିତ ବିଜୁ ଜନତା ଦଳ (ବିଜେଡି) ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲା। ବିଜେଡି ତରଫରୁ ଲୋକସଭାରେ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ପ୍ରସ୍ତାବକ ଓ ମୁଖ୍ୟ ସଚେତକ ଅଚ୍ୟୁତ ସାମନ୍ତ ସମର୍ଥନ କରିଥିଲେ। ନିର୍ବାଚନ ପରେ ଓମ ବିର୍ଲାଙ୍କୁ ବାଚସ୍ପତି ଆସନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟଦଳର ନେତା ଓ ବିଜେଡିର ଏହି ଦୁଇ ନେତା ପାଛୋଟି ନେଇଥିଲେ।

ବାଚସ୍ପତି ରୂପେ ନିର୍ବାଚିତ ହେବା ପରେ ସ୍ବାଗତ ଭାଷଣରେ ବିଜେଡି ସଂସଦୀୟ ଦଳର ନେତା ଶ୍ରୀ ମିଶ୍ର ଓମ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଗୃହ ପରିଚାଳନାରେ ତାଙ୍କ ଦଳ ଦ୍ବାରା ସମସ୍ତ ପ୍ରକାର ସହଯୋଗ େଯାଗାଇ ଦେବ େବାଲି ପ୍ରତିଶ୍ରୁତି ଦେଇଥିଲେ। ପିନାକୀ କହିଥିଲେ, ଓମ ବିର୍ଲା ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ତାଙ୍କର ଗ୍ରହଣୀୟତାକୁ ସୂଚାଉଛି। ପିନାକୀ ଗୃହରେ ହେଉଥିବା ଗତିରୋଧକୁ ପରୋକ୍ଷ ଭାବେ ଇଙ୍ଗିତ କରି କହିଥିଲେ ବିଜେଡି ସଂସଦରେ ଆଲୋଚନା ଓ ତର୍କ କରିଥାଏ। ସଂସଦରେ ଗତିରୋଧକୁ ପସନ୍ଦ କରିନଥାଏ। ବିଜେଡି ସାଂସଦମାନେ କେବେ ମଧ୍ୟ ବାଚସ୍ପତିଙ୍କ େଵଲ ନିକଟକୁ ଯାଇନଥାନ୍ତି। ବାଚସ୍ପତିଙ୍କ ସ୍ବାଗତ ଅବସରେ ପିନାକୀ ପୁଣି କହିଥିଲେ ଷ୍ଟାଣ୍ଡିଂ କମିଟିରେ ବିଲ୍ ଗୁଡ଼ିକୁ ପଠାଇବାର ପ୍ରକ୍ରିୟାରେ ପରିବର୍ତ୍ତନର ଆବଶ୍ୟକତା ଅଛି। ବିଲ୍ ଗୁଡ଼ିକୁ ଷ୍ଟାଣ୍ଡିଂ କମିଟିରେ ତର୍ଜମା କରାଯିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ରାଜସ୍ଥାନ କୋଟା ସଂସଦୀୟ କ୍ଷେତ୍ର ଆସନରୁ ଶ୍ରୀ ବିର୍ଲା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe