ସିଏଏ ବିରୋଧୀ ସଂକଳ୍ପ : ଇୟୁ ସଂସଦକୁ ଭାରତର ପ୍ରତିବାଦ

ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ବିରୋଧୀ ଦଳ ଆଣିବେ ଅନାସ୍ଥା ପ୍ରସ୍ତାବ !

The Indian Express

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଣୟନ ହୋଇଥିବା ନାଗରିକତା ସଂଶୋଧନ (ସିଏଏ) ଆଇନକୁ ଅନ୍ତର୍ଜାତୀୟ ସ୍ତରରେ ବିଧିବଦ୍ଧ ବିରୋଧ ଆରମ୍ଭ ହୋଇଛି। ୟୁରୋପୀୟ ସଂଘ (ଇୟୁ) ସଂସଦରେ ସିଏଏ ବିରୋଧରେ ୬ଟି ସଂକଳ୍ପ ଗତ ୨୨ ତାରିଖରେ ଆଗତ କରାଯାଇଛି। ଆସନ୍ତା ୨୯ ତାରିଖରେ ଏହା ଉପରେ ବିତର୍କ ହେବା ସହ ୩୦ ତାରିଖରେ ଭୋଟ ହେବା ପାଇଁ ସ୍ଥିର ହୋଇଛି। ଇୟୁ ସଂସଦର ୭୫୧ ଜଣ ସଦସ୍ୟଙ୍କ ମଧ୍ୟରୁ ୬୨୬ ଜଣ ସାଂସଦ ସିଏଏକୁ ନିନ୍ଦା କରିଛନ୍ତି। କେବଳ ସିଏଏକୁ ନୁହେଁ କଶ୍ମୀର ପ୍ରସଙ୍ଗକୁ ମଧ୍ୟ ସେମାନେ ନିନ୍ଦା କରିଛନ୍ତି। ୟୁରୋପୀୟ ସଂଘର ସର୍ବବୃହତ ଦଳ ୟୁରୋପିଆନ୍ ପିପୁଲ୍ସ ପାର୍ଟି (ଇପିପି) ପକ୍ଷରୁ କୁହାଯାଇଛି, ଏହି ଆଇନ ଭାରତର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇବ।

ଏହାକୁ ନେଇ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଗୋଟିଏ ସଂସଦ ଅନ୍ୟ ଏକ ସଂସଦରେ ଗୃହୀତ ଆଇନ ଉପରେ ମତ ଦେବା ଠିକ୍ ନୁହେଁ ବୋଲି ଲୋକସଭା ବାଚସ୍ପତି ‌ଓମ୍ ପ୍ରକାଶ ବିର୍ଲା କହିଛନ୍ତି। ୟୁରୋପୀୟ ସଂଘ ସଂସଦର ଅଧ୍ୟକ୍ଷ ଡେଭିଡ ମାରିଆ ସାସୋରିଙ୍କ ନିକଟକୁ ଶ୍ରୀ ବିର୍ଲା ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଏହି ଆଇନ ଭାରତର ନିକଟତମ ପଡ଼ୋଶୀ ରା‌ଷ୍ଟ୍ରରେ ଧାର୍ମିକ ନିର୍ଯାତନାର ଶିକାର ହୋଇଥିବା ସଂଖ୍ୟାଲଘୁମାନଙ୍କୁ ଭାରତରେ ନାଗରିକତା ଦେବା ପାଇଁ ଉଦ୍ଦିଷ୍ଟ। ଆଇପିୟୁ ( ଇଣ୍ଟର ପାର୍ଲାମେଣ୍ଟାରି ସଂଘ)ର ସଦସ୍ୟଭାବେ ଆମେ ସାର୍ବଭୌମ ପ୍ରକ୍ରିୟାକୁ ସମ୍ମାନ ଦେବା ଉଚିତ। ବିଶେଷତଃ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା କରାଯିବା ଆବଶ୍ୟକ। ତେଣୁ ଗୋଟିଏ ସଂସଦ ଅନ୍ୟ ସଂସଦର ନିଷ୍ପତ୍ତି ଉପରେ କୌଣସି ରାୟ ଦେବା ଉଚିତ ନୁହେଁ। ଏଭଳି ପଦକ୍ଷେପ ନିଆଗଲେ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀମାନେ ଏହାର ଅପବ୍ୟବହାର କରିବେ ବୋଲି ବିର୍ଲା ତାଙ୍କ ଚିଠିରେ ଆଶଙ୍କା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe