ନୂଆଦିଲ୍ଲୀ: ଲୋକସଭାରେ ଆଜି ବଜେଟ୍ ୨୦୨୪ ଉପରେ ଆଲୋଚନା ସମୟରେ ବାଚସ୍ପତି ଓମ୍ ବିର୍ଲା ଏବଂ ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀ ଆଜି ଦାବି କରିଥିଲେ ଯେ ଗୃହରେ ୩ କୃଷି ଆଇନ ସଂକ୍ରାନ୍ତରେ କୌଣସି ଆଲୋଚନା ହୋଇନାହିଁ। ସେ କହିଥିଲେ ଯେ କୃଷକ, କୃଷି ସଂଗଠନ ଏବଂ ବିରୋଧୀ ନେତାଙ୍କ ସହ ବିନା ଆଲୋଚାନରେ କେନ୍ଦ୍ର ସରକାର କୃଷି ବିଲ୍ ଗୃହୀତ କରିଛନ୍ତି। ଏହି ସମୟରେ ବାଚସ୍ପତି ଓମ୍ ବିର୍ଲା ହସ୍ତକ୍ଷେପ କରି କହିଥିଲେ, ଗୃହରେ ଏହି ପ୍ରସଙ୍ଗରେ ସାଢ଼େ ୫ ଘଣ୍ଟା ଆଲୋଚନା ହୋଇଥିଲା। କିନ୍ତୁ ଅଭିଷେକ ବାନାର୍ଜୀ କହିଥିଲେ, କୌଣସି ପ୍ରକାର ଆଲୋଚନା ହୋଇନାହିଁ। ବାଚସ୍ପତି କହିଥିଲେ, ମୁଁ ଠିକ୍ କହୁଛି ଏବଂ ଅଭିଷେକ ବାନାର୍ଜୀ ନିଜକୁ ଠିକ୍ କରନ୍ତୁ। ଏହାପରେ ବାନାର୍ଜୀ ପୁଣିଥରେ କହିଥିଲେ, ମୁଁ ଯାହା କହିଛି କିଛି ଭୁଲ୍ କହିନାହିଁ। ଅନ୍ୟପକ୍ଷେ ଅଭିଷେକ ବାନାର୍ଜୀ ବଜେଟ୍ ପ୍ରସଙ୍ଗରେ ସରକାରଙ୍କୁ ବିରୋଧ କରିଛନ୍ତି। ବାନାର୍ଜୀ କହିଛନ୍ତି, ବଜେଟ୍ରେ ସ୍ପଷ୍ଟତା ଏବଂ ଦୂରଦୃଷ୍ଟି ନାହିଁ। ଦେଶର ୧୪୦ କୋଟି ଜନସଂଖ୍ୟାଙ୍କ ବଦଳରେ ବିଜେପିର ମେଣ୍ଟ ସହଯୋଗୀଙ୍କୁ କେବଳ ଏଥିରେ ସନ୍ତୁଷ୍ଟ କରାଯାଇଛି। କେବଳ ୨ଟି ରାଜନୈତିକ ଦଳକୁ ଲାଞ୍ଚ ଦେବାପାଇଁ ଏହି ଜନ ବିରୋଧୀ ବଜେଟ୍ ଅଣାଯାଇଛି ବୋଲି ସେ କହିଛନ୍ତି।
ଲୋକସଭାରେ ଓମ୍ ବିର୍ଲା ବନାମ ଅଭିଷେକ ବାନାର୍ଜୀ
Advertisment
Follow Us