ସୂଚନାମୁତାବକ, ସେ ହୃଦ୍‌ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ଅବସ୍ଥାରେ ରାତି ୧୨ଟା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  ଓମ୍  ପ୍ରକାଶ ୪ ଥର ମୁଖ୍ୟମନ୍ତ୍ରୀ ଭାବରେ ଭାର ସମ୍ଭାଳିଥିଲେ । ତେବେ ଓମ୍ ପ୍ରକାଶ ଚୌତାଲା ହେଉଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଚୌଧୁରୀ ଲାଲଙ୍କ ପୁଅ । ଚୌତାଲା ହରିଆଣାର ସପ୍ତମ ମୁଖ୍ୟମନ୍ତ୍ରୀ ଥିଲେ ।

୧୯୮୯ରେ ଜନତା ଦଳ, ୧୯୯୦ ଜନତା ଦଳ, ୧୯୯୧ରେ ସମାଜବାଦୀ ଜନତା ପାର୍ଟି, ୧୯୯୯ ରେ ଇନେଲୋ ସରକାରରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ। ହରିଆଣାର ବିକାଶରେ ଓମ୍ ପ୍ରକାଶ ଚୌତାଲା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଗ୍ରାମାଞ୍ଚଳ ଏବଂ କୃଷକମାନଙ୍କର ଜଣେ ବଡ ସମର୍ଥକ  ଥିଲେ । ସେ ହରିଆଣାର ସବୁଠାରୁ ସକ୍ରିୟ ନେତା ଭାବରେ ଜଣାଶୁଣା ଥିଲେ।