ଓମ୍‌ ପ୍ରକାଶ ରାଓ୍ଵତ୍‌ ହେବେ ନୂଆ ମୁଖ୍ୟ ନିର୍ବାଚନ କମିସନର, ୨୩ରେ ନେବେ ଦାୟିତ୍ୱ

ଓମ୍‌ ପ୍ରକାଶ ରାଓ୍ଵତ୍‌ ହେବେ ନୂଆ ମୁଖ୍ୟ ନିର୍ବାଚନ କମିସନର, ୨୩ରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତର ନୂଆ ମୁଖ୍ୟ ନିର୍ବାଚନ କମିସନର ଭାବରେ ଓମ୍‌ ପ୍ରକାଶ ରାଓତ ନିଯୁକ୍ତ ହେବେ। ଆଇନ ମନ୍ତ୍ରାଳୟ ପକ୍ଷରୁ ରବିବାର ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ବର୍ତମାନର ମୁଖ୍ୟ ନିର୍ବାଚନ କମିସନର ଅଚଳ କୁମାର ଜ୍ୟୋତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ଓମ୍‌ ପ୍ରକାଶ ରାଓ୍ଵତ ଆଗାମୀ ଜାନୁଆରୀ ୨୩ରେ ନୂତନ ଦାୟିତ୍ୱ ନେବେ।

୬୪ ବର୍ଷିଅ ଭାରତୀୟ ପ୍ରଶାସନିକ ଅଧିକାରୀ ରାଓ୍ଵତ ୧୯୫୩ ଡିସେମ୍ବର ୨ରେ ଉତ୍ତରପ୍ରଦେଶରେ ଜନ୍ମ ହୋଇଥିଲେ। ମଧ୍ୟପ୍ରଦେଶ କ୍ୟାଡର ପ୍ରଶାସନିକ ଅଧିକାରୀ ୨୦୧୫ ଅଗଷ୍ଟ ୧୪ରୁ ସେ ନିର୍ବାଚନ କମିସନର ପଦରେ ଅଛନ୍ତି।

ଭୌତିକ ବିଜ୍ଞାନ ବିଷୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ରାଓ୍ଵତ ସୋସିଆଲ ଡଭଲପ୍‌ମେଣ୍ଟ ପ୍ଲାନିଙ୍ଗ ବିଷୟରେ ୟୁକେରୁ ସ୍ନାତ୍ତୋକତ୍ତର ଡିଗ୍ରି ହାସଲ କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ପଦରେ ନିଯୁକ୍ତି ହେବା ପୂର୍ବରୁ ରାଓ୍ଵତ କେନ୍ଦ୍ର ଓ ମଧ୍ୟପ୍ରଦେଶ ସରକାରଙ୍କ ବିଭିନ୍ନ ପଦବିରେ ଅବସ୍ଥାପିତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe