ଓମାନ୍‌ରେ ମୋଦି: ଆଠ ରାଜିନାମା ସ୍ୱକ୍ଷର

Advertisment
ଓମାନ୍‌ରେ ମୋଦି: ଆଠ ରାଜିନାମା ସ୍ୱକ୍ଷର

ମସ୍କାଟ(ଓମାନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମ ଏସିଆର ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମର ଆଜି ଶେଷ ଚରଣରେ ସେ ଓମାନ୍‌ର ସୁଲତାନଙ୍କ ସହ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ୮ଟି ରାଜିନାମା ସ୍ୱାକ୍ଷର କରାଇଛନ୍ତି।
ଦୁବାଇରୁ ଆସି ମୋଦି ରାଜଧାନୀ ମସ୍କାଟରେ ପହଞ୍ଚିବା ପରେ ସୁଲତାନ କାବୁସ୍‌ ବିନ୍‌ ସଇଦ୍‌ ଅଲ୍‌ ସଇଦ୍‌ଙ୍କ ସହ ଦୁଇ ଦେଶର ପ୍ରତିନିଧି ସ୍ତରୀୟ ଆଲୋଚନାର ନେତୃତ୍ୱ ନେଇଥିଲେ। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ଲଗାଣ, ଶକ୍ତି, ପ୍ରତିରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା ସମେତ ବିଭିନ୍ନ ଆଞ୍ଚଳିକ ପ୍ରସଙ୍ଗ ଉପରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ଆଲୋଚନା ହୋଇଥିଲା।
ଓମାନ୍‌ର ପ୍ରଗତିରେ ଭାରତୀୟଙ୍କ ସାଧୁତା, ନିଷ୍ଠାପରତା ଏବଂ ଅକ୍ଳାନ୍ତ ପରିଶ୍ରମକୁ ସୁଲତାନ କାବୁସ୍‌ ଖୁବ୍‌ ତାରିଫ କରିଥିଲେ। ପରେ ଦୁଇ ଦେଶ ମଧ୍ୟରେ ନ୍ୟାୟ ଓ ବିଚାର ସମ୍ପର୍କିତ ସହଯୋଗ ପାଇଁ ବୁଝାମଣା ସମେତ ବିଭିନ୍ନ କ୍ଷେତ୍ରରେ ଆଠଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ପୂର୍ବରୁ ସେଠାରେ ଭାରତୀୟମାନଙ୍କୁ ମୋଦି ଉଦ୍‌ବୋଧନ ଦେଇ ସେମାନଙ୍କ ଦ୍ୱାରା ହିଁ ଦୁଇ ଦେଶର ସମ୍ପର୍କ ସୁଦୃଢ଼ ହୋଇପାରିଛି ବୋଲି କହିଥିଲେ। ଦୁଇ ଦେଶରେ ବିଭିନ୍ନ ସମୟରେ ଦେଖାଦେଇଥିବା ରାଜନୈତିକ ଉତ୍‌ଥାନ ପତନ ସତ୍ତ୍ୱେ ଦୁଇ ଦେଶର ବନ୍ଧୁତ୍ୱ ଆଗକୁ ଆଗକୁ ମାଡ଼ିଚାଲିଥିବା ଗର୍ବର ବିଷୟ ବୋଲି ସେ ଖୁସି ପ୍ରକଟ କରିିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe