୫୦ ବର୍ଷ କ୍ଷମତାରେ ରହିବା ପରେ ଆଧୁନିକ ଓମାନ୍‌ର ନିର୍ମାତା ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସୈଦଙ୍କ ଦେହାନ୍ତ

Advertisment
୫୦ ବର୍ଷ କ୍ଷମତାରେ ରହିବା ପରେ ଆଧୁନିକ ଓମାନ୍‌ର ନିର୍ମାତା ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସୈଦଙ୍କ ଦେହାନ୍ତ

Image Source: Hindustan Times

ମସ୍‌କାଟ୍‌: ଶୁକ୍ରବାର ବିଳମ୍ବିତ ରାତ୍ରୀରେ ୭୯ ବର୍ଷ ବୟସରେ ଓମାନ୍‌ର ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସୈଦଙ୍କ ଦେହାନ୍ତ ଘଟିଛି। ପ୍ରାୟ ୪୯ ବର୍ଷ ରାଜତ୍ୱରେ ସେ ଦାରିଦ୍ର୍ୟ ପ୍ରପୀଡ଼ିତ ଓମାନକୁ ଏକ ସମୃଦ୍ଧଶାଳୀ ଓ ଆଧୁନିକ ରାଷ୍ଟ୍ରରେ ପରିଣତ କରିଥିଲେ।

ଗତ କିଛି ମାସ ହେବ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା। ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ସେ ଗତ ମାସରେ ବେଲ୍‌ଜିଅମ୍‌ ଯାଇଥିଲେ। ତାଙ୍କ ମୃତ୍ୟୁ ଯୋଗୁଁ ରାଜ ଦରବାର ତିନି ଦିନ ପାଇଁ ଶୋକ ଘୋଷଣା କରିଛି। କିନ୍ତୁ, କେଉଁ କାରଣ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ତାହା ପ୍ରକାଶ କରାଯାଇ ନାହିଁ। ସେ ମଧୁମେହ ଓ ଅନ୍ତଃନଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ବୋଲି କେତେକ ରିପୋର୍ଟରୁ ଜଣାପଡ଼ିଛି।

ଜୁଲାଇ ୧୯୭୦ ମସିହାରେ ଇଂଲଣ୍ଡ୍‌ରେ ଶିକ୍ଷାପ୍ରାପ୍ତ କ୍ୱାବୁସ୍‌ ସିଂହାସନ ଆରୋହଣ କରିବା ବେଳେ ଓମାନ୍‌ରେ ଥିଲା ମାତ୍ର ତିନିଟି ସ୍କୁଲ୍‌। କଠୋର ନିଷିଦ୍ଧାଦେଶ ଯୋଗୁଁ ଓମାନବାସୀ ବିଜୁଳି, ରେଡିଓ, ଚଷମା ଏବଂ ଛତା ଆଦି ବ୍ୟବହାର କରୁ ନ ଥିଲେ।

publive-image Image Source: Livemint

କ୍ଷମତାସୀନ ହେବା ପରେ ଯାହା ତାଙ୍କ ପିତା କରି ନ ଥିଲେ ସେ ସେସବୁ କରିବା ଆରମ୍ଭ କଲେ। ସ୍କୁଲ୍‌, ଡାକ୍ତରଖାନା ଓ ରାସ୍ତା ତିଆରି କରି ସେ ଆଧୁନିକ ଓମାନର ମୂଳଦୁଆ ପକାଇଲେ। ସେ କହିଥିଲେ: ଗତକାଲି ଓମାନ ଅନ୍ଧକାରରେ ଡୁବି ରହିଥିଲା। ଆସନ୍ତାକାଲି ଓମାନ ଓ ଓମାନବାସୀଙ୍କ ପାଇଁ ନୂଆ ସକାଳ ଆସିବ।

ସୁଲ୍‌ତାନଙ୍କ ମୃତ୍ୟୁ ଯୋଗୁଁ ଓମାନରେ ଅସ୍ଥିରତା ଦେଖାଦେଇ ପାରେ। ସୁଲ୍‌ତାନ୍‌ କ୍ୱାବୁସ୍‌ ଅବିବାହିତ ଥିବାରୁ ତାଙ୍କର ସନ୍ତାନସନ୍ତତି ନାହାନ୍ତି। ମୃତ୍ୟୁ ପୂର୍ବରୁ ମଧ୍ୟ ସେ କାହାରିକୁ ନିଜର ଉତ୍ତରାଧିକାରୀ ଭାବେ ମନୋନୀତ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe