ଗୃହବନ୍ଦୀକୁ ନେଇ ଓମାର ଅବ୍‌ଦୁଲ୍ଲାଙ୍କ ମିମ୍‌

Advertisment
ଗୃହବନ୍ଦୀକୁ ନେଇ ଓମାର ଅବ୍‌ଦୁଲ୍ଲାଙ୍କ ମିମ୍‌

The Financial Express

ନୂଆଦିଲ୍ଲୀ : ଆଠ ମାସ ଗୃହବନ୍ଦୀ ରହିବା ପରେ ଜମ୍ମୁ-କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଗତକାଲି ମୁକ୍ତ ହୋଇଛନ୍ତି। ତେବେ ମୁକ୍ତି ପାଇବା ପରେ ଓମାର୍‌ ଏକ ଫଟୋ ଟ୍ବିଟ୍‌ କରିଛନ୍ତି ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି। ତାଙ୍କୁ ମୁକ୍ତି କରାଯିବାର ସମୟକୁ ‌ନେଇ ଓମାର ଉପହାସ କରିଛନ୍ତି। ଓମାର୍‌ଙ୍କ ଏହି ମିମ୍‌ରେ ସେ ଅତି ଗମ୍ଭୀର ଭାବେ ବସିଥିବାର ଦେଖାଯାଇଛି। ‌ସବୁଠୁ ବଡ଼ କଥା‌ ‌ହେଉଛି, ଓମାର ୨୩୬ ଦିନ ଲକ୍‌ଡାଉନ୍‌ରେ ରହିବା ପରେ ଯେଉଁଦିନ ମୁକୁଳିଲେ ସେହିଦିନଠାରୁ ପୁଣି ୨୧ ଦିନ ଭାରତରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଓମାର୍‌ଙ୍କ ମିମ୍‌ରେ ଏହା ଲେଖାଯାଇଛି। ତେବେ ଓମାରଙ୍କ ଏହି ମିମ୍‌ ଏବେ ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe