ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ମହାଭାରତ' ଧାରାବାହିକର ଏକ ଦୃଶ୍ୟ ସେୟାର କରି ଉମାର ଅବଦୁଲ୍ଲା ଲେଖିଛନ୍ତି, 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!' ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ । 

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଛି। ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି। ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି।