ପହଲଗାମରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ ତିଆରି ହେବ ସ୍ମାରକ

ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମରେ ଗତମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାଣହରାଇଥିବା ଲୋକଙ୍କ ସ୍ମୃତିରେ ବୈସାରଣ ଘାଟିରେ ଭବ୍ୟ ସ୍ମାରକ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।

ଯୗସଂଂହ

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା ପହଲଗାମରେ ଗତମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରାଣହରାଇଥିବା ଲୋକଙ୍କ ପାଇଁ ଏକ ବିଶେଷ ନିଷ୍ପତ୍ତି ନେଇଛନ୍ତି। ସେ ପୀଡିତଙ୍କ ସ୍ମୃତିରେ ବୈସାରଣ ଘାଟିରେ ଭବ୍ୟ ସ୍ମାରକ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, " ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୨୬ଜଣ ନିର୍ଦ୍ଦୋଷଙ୍କ ସ୍ମାରକ ନିର୍ମାଣ ପାଇଁ ଆମେ ପ୍ରଥମଦିନରୁ ହିଁ ଆଲୋଚନା କରିଥିଲୁ। ମୃତକଙ୍କ ସ୍ମୃତିରେ ବୈସାରଣ ଘାଟିରେ ସ୍ମାରକ ନିର୍ମାଣ କରାଯିବ। ଯାହା ଦ୍ୱାରା ୨୬ଜଣ ନିର୍ଦ୍ଦୋଷଙ୍କୁ ସର୍ବଦା ମନେ ରଖାଯିବ। ସେମାନଙ୍କୁ ମନରୁ କେବେ ପାସୁରି ଦିଆଯିବନାହିଁ। ୨୬ ମୃତକଙ୍କ ପରିବାରର ଯନ୍ତ୍ରଣା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ଆମେ ସେମାନଙ୍କ ସମ୍ମାନରେ କେବଳ ମୁଣ୍ଡ ନୁଆଇଁପାରିବା।

ପହଲଗାମରେ ଦେଶ ସାରାର ଟୁର୍ ଏବଂ ଟ୍ରାଭେଲ୍ ଅପରେଟରମାନଙ୍କ ଏକ ବୈଠକ ସମୟରେ ଏହି ଘୋଷଣା କରାଯାଇଥିଲା। ରାଜ୍ୟ କ୍ୟାବିନେଟ ବୈଠକରେ ପବ୍ଲିକ୍ ୱାର୍କସ୍ ଡିପାର୍ଟମେଣ୍ଟକୁ ପହଲଗାମରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମାରକକୁ ଅନୁମୋଦନ କରିବାର କ୍ଷମତା ଦିଆଯାଇଥିବା ଓମର ଅବଦୁଲ୍ଲା ସୂଚନା ଦେଇ କହିଛନ୍ତି।

ସୁରକ୍ଷା ପ୍ରସଙ୍ଗରେ ଓମାର ଅବଦୁଲ୍ଲା କହିଛନ୍ତି, ‘ଏପରି ଘଟଣା ଯେପରି ପୁନର୍ବାର ନ ଘଟେ ତାହା ନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ସମ୍ଭାବ୍ୟ ପଦକ୍ଷେପ ନିଆଯିବ। ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ପୁନର୍ବାର ଖୋଲିବା ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରାଯିବ, କିନ୍ତୁ ଏହା ପର୍ଯ୍ୟାୟକ୍ରମେ ଏବଂ ସ୍ୱଚ୍ଛ ଭାବରେ କରାଯିବ। କ'ଣ ବନ୍ଦ ଅଛି ତାହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ, ବରଂ କ'ଣ ଖୋଲା ଅଛି ସେ ବିଷୟରେ କଥା ହୁଅନ୍ତୁ।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe